ବିଷାକ୍ତ ବାୟୁ ବଳୟରେ ରାଜଧାନୀ ଦିଲ୍ଲୀ ସହର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଷାକ୍ତ ବାୟୁ ବଳୟରେ ରାଜଧାନୀ ଦିଲ୍ଲୀ ସହର । ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ହେଲାଣି ଦିଲ୍ଲୀବାସୀ । ଗୋଟିଏ ପଟେ ବିଷ ବଳୟରେ ଦିଲ୍ଲୀ ବାସିନ୍ଦା କଲବଲ ହେଉଥିବା ବେଳେ ଅନ୍ୟପଟେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପ ଆଦୌ ପ୍ରଭାବଶାଳୀ ହେଉନଥିବାରୁ ଚିନ୍ତା ବଢ଼ିଛି। ଲଗାତାର ଚତୁର୍ଥ ଦିନରେ ଦିଲ୍ଲୀ ସହର ବହଳ ଧୂଆଁ ମିଶ୍ରିତ କୁହୁଡ଼ି ଦ୍ବାରା ଆଚ୍ଛାଦିତ ହୋଇ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ ଦିଲ୍ଲୀରେ ସାମଗ୍ରିକ ଏକ୍ୟୁଆଇ ୩୪୬ ରହିଥିବା ବେଳେ କିଛି ଅଂଚଳରେ ଏହା ୪୫୦ ଉପରେ ରହିଛି।

ଦିଲ୍ଲୀର ଲୋଧି ରୋଡ୍, ଜାହାଙ୍ଗିରପୁରୀ, ଆର୍‌କେ ପୁରମ ଏବଂ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦର ଅଞ୍ଚଳରେ ବାୟୁର ମାନ ଅତି ସାଂଘାତିକ ରହିଛି। ଉକ୍ତ ସ୍ଥାନମାନଙ୍କରେ ଏକ୍ୟୁଆଇ ଯଥାକ୍ରମେ ୪୩୮,୪୯୧,୪୮୬ ଏବଂ ୪୭୩ ଅଛି। ବାୟୁର ମାନ ସୁଧାରିବା ପାଇଁ ଏମ୍‌ସିଡି (ଦିଲ୍ଲୀ ପୌର ନିଗମ) କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିଛି।। ଉତ୍ତରପ୍ରଦେଶର ନଏଡ଼ାର ସେକ୍ଟର ୬୧, ସେକ୍ଟର ୧ ଏବଂ ସେକ୍ଟର ୧୧୬ରେ ଏକ୍ୟୁଆଇ ଅତି ସାଂଘାତିକ ଶ୍ରେଣୀରେ ରହିଛି। କେବଳ ଦିଲ୍ଲୀ ନୁହେଁ ସମଗ୍ର ଉତ୍ତର ଭାରତରେ ପରିସ୍ଥିତି ଅତି ଜଟିଳ ରହିଛି। ଅନେକ ସ୍ଥାନରେ ଏକ୍ୟୁଆଇ ୫୫୦ ପାଖାପାଖି ମଧ୍ୟ ପହଞ୍ଚିଛି । ସେହିପରି ବାୟୁରେ ପିଏମ୍‌୨.୫ ଏବଂ ପିଏମ୍‌୧୦ ସୂକ୍ଷ୍ମକଣିକାର ମାତ୍ରା ବଢ଼ିବା ବେଶ୍‌ ଚିନ୍ତାଜନକ ହୋଇଛି । ଶୁକ୍ରବାର ସକାଳେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୫ ଶହ ମିଟର ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଦୃଶ୍ୟମାନ ହୋଇ ନ ଥିଲା ।

କୁହୁଡ଼ି ଭଳି ଏକ ମୋଟା ପରସ୍ତର ଧୂଆଁ ପୁରା ଅଞ୍ଚଳକୁ ଆବରଣ କରି ରଖିଥିଲା ।ଏବେ ଦିଲ୍ଲୀରେ ଗ୍ରେଡେଡ୍‌ ରେସ୍‌ପନ୍ସ ଆକ୍ସନ ପ୍ଲାନ୍‌ (ଗ୍ରାପ୍‌)ର ତୃତୀୟ ଫେଜ୍‌ ଲାଗୁ କରାଯାଇଛି । ପଡ଼ୋଶୀ ରାଜ୍ୟଗୁଡ଼ିକରେ ଫସଲର ବଳକା ଅଂଶ, ନଡ଼ା ଆଦି ଜଳାଯିବା ବନ୍ଦ କରାଯାଇଛି । ଗତ ଦୁଇ ଦିନ ଭିତରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶରେ ୪,୮୭୮ଟି ଫସଲ

 

Leave A Reply

Your email address will not be published.