କାର୍‌କୁ ୨୦ ମିଟର ଘୋଷାଡ଼ି ନେଇଗଲା ହାଇୱା

0

ଓଡ଼ିଆ ନ୍ୟୁଜ୍: ରାଜଧାନୀରେ ଛାତିଥର ଦୁର୍ଘଟଣା । ଭୁବନେଶ୍ୱର ପାଓ୍ୱାର ହାଉସ୍ ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା । କାର୍‌କୁ ୨୦ ମିଟର ଘୋଷାଡ଼ି ନେଇଗଲା ହାଇୱା । ପାୱାର ହାଉସ୍ ଛକରେ ଛିଡ଼ା ହୋଇଥିବା କାର୍‌କୁ ଘୋଷାଡ଼ି ନେଇଗଲା । କାର୍‌ରେ ଚାଳକ ଥିଲେ ବି ସୌଭାଗ୍ୟବଶତଃ କିଛି କ୍ଷତି ହୋଇନି ।

ଖବର ଅନୁଯାୟୀ, ରେଡ୍ ସିଗ୍ନାଲ ଥିବାରୁ କାର୍ଟି ଟ୍ରାଫିକ୍ ପୋଷ୍ଟରେ ଛିଡ଼ା ହୋଇଥିଲା । ଏହି ସମୟରେ ପଛରୁ ଆସି ଏକ ହାଇଓ୍ୱା ଟ୍ରକ ଧକ୍କା ଦେଇଥିଲା । ଏପିରିକି ୨୦ ମିଟର ଯାଏଁ କାର୍କୁ ଘୋଷାଡ଼ି ନେଇଥିଲା ହାଇଓ୍ୱା । ସୌଭାଗ୍ୟବଶତଃ କାର୍ ମାଲିକ ତଥା ଚାଳକଙ୍କୁ କୌଣସି କ୍ଷତି ହୋଇନାହିଁ । ହେଲେ କାର୍ଟି ଭାଙ୍ଗି ରୁଜି ଯାଇଛି । ରାତିସାରା ଅନିଦ୍ରା ହୋଇ ଗାଡ଼ି ଚଳାଉଥିବାରୁ ଏପରି ଘଟିଥିବା ଅନୁମାନ କରାଯାଉଛି । ବାକି ଗାଡ଼ି ଚାଳକଙ୍କ କୌଣସି କ୍ଷତି ହୋଇନାହିଁ।

Leave A Reply

Your email address will not be published.