୧୯୮୮ରେ ମାମଲା, ୨୦୨୪ରେ ଦଣ୍ଡବିଧାନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱର ଭିଜିଲାନ୍ସ ଦ୍ଵାରା ୧୯୮୮ମସିହାରେ ରୁଜୁ ହୋଇଥିବା ଏକ ମାମଲାରେ ଅଭିଯୁକ୍ତଙ୍କୁ ଆଜି ୩୧.୦୮.୨୪ରେ ଦଣ୍ଡ ବିଧାନ କରାଯାଇ ରାୟ ପ୍ରକାଶ ପାଇଛି। ସୂଚନା ଅନୁସାରେ ବାଲେଶ୍ୱର ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର ପୂର୍ବତନ ସମ୍ଫାଦକ ତଥା ବର୍ତ୍ତମାନର ରିକଭରୀ ଅଧିକାରୀ ପ୍ରଶାନ୍ତ କୁମାର ଦାସଙ୍କ ବିରୁଦ୍ଧରେ ବାଲେଶ୍ୱର ଭିଜିଲାନ୍ସ ବିଭାଗ ଏକ ଦୁର୍ନିତି ମାମଲା ରୁଜୁ କରିଥିଲା।

କମ୍ ମୂଲ୍ୟର ଜମିକୁ ଚଞ୍ଚକତାକରି ବହୁ ଅଧିକ ମୂଲ୍ୟ ଦର୍ଶାଇ ଲୋନ୍ ନେଉଥିବା ବ୍ୟକ୍ତି ମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ନିଜର ପକେଟ ଗରମ କରୁଥିବା ଅଭିଯୋଗରେ ପ୍ରଶାନ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ ବିଭାଗ।

ଏହି ମାମଲାର ଶୁଣାଣି କରି ବାଲେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଆଜି ତାଙ୍କ ରାୟ ଶୁଣାଇଛନ୍ତି।ମାନ୍ୟବର ଅଦାଲତ ତାଙ୍କ ରାୟରେ ପ୍ରଶାନ୍ତଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହ ଚାକିରୀରୁ ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା।

Comments are closed.