ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସକାଳ ଘ. ୧୧ ମି ସମୟରେ ଶଙ୍ଖାରିସ୍ଥିତ ମନ୍ମଥ-ମନୋଜ ସ୍ମାରକୀର କାର୍ଯ୍ୟକାରିତା ଓ ସୁପରିଚାଳନା ନିମନ୍ତେ ଏକ ଅନ୍ତରୀଣ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଏଡିଇଓ, ଜିଲ୍ଲା ପରିଷଦ ଶ୍ରୀ ସୌରଭ ଚକ୍ରବର୍ତୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ବିନୀ ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ, ବିଡିଓ, ଭୋଗରାଇ ଶ୍ରୀ ହିମାଂଶୁ ଶେଖର ଗିରି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ମନ୍ମଥ-ମନୋଜ ସ୍ମାରକୀର ପରିଚାଳନାଗତ ଢାଞ୍ଚା ପ୍ରତିଷ୍ଠା ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହୋଇଥିଲା |
ସେଥିମଧ୍ୟରେ ସ୍ମାରକୀର ହସ୍ତାନ୍ତର ଓ ଅଧିଗ୍ରହଣ, ସୋସାଇଟି ପଞ୍ଜୀକରଣ ଆଇନ ୧୮୬୦ ଅନୁଯାୟୀ ଏହାର ପଞ୍ଜୀକରଣ, କାର୍ଯ୍ୟକାରିଣୀ ସଦସ୍ୟଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତି, ମାନବ ସମ୍ବଳ ନିୟୋଜନ ଏବଂ ଅନ୍ୟାନ୍ୟ ଦିଗ ବିଷୟରେ ପ୍ରମୁଖ ଆଲୋଚନା କରାଯାଇଥିଲା I
Comments are closed.