ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭିଜିଲାନ୍ସ ଜାଲରେ ବାଲେଶ୍ୱର ଶିକ୍ଷା ବିଭାଗର ଜଣେ କୋଟିପତି କନିଷ୍ଠ କିରାଣୀ।ବିପୁଳ ପରିମାଣରେ ସମ୍ପତ୍ତି ଠାବ।ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ପ୍ରଦିପ କୁମାର ଦାସଙ୍କ ନାମରେ ଦୁର୍ନୀତି କରୁଥିବା ବିଷୟରେ ପୂର୍ବରୁ ଅନେକ ଅଭିଯୋଗ ହୋଇଆସୁଥିଲା।ଏ ବାବଦରେ ବାଲେଶ୍ୱର ଭିଜିଲାନ୍ସ ଚଢାଉ କରି ପ୍ରଦିପଙ୍କର ବିପୁଳ ସମ୍ପତ୍ତି ଠାବ କରିଥିବା ଜଣାଯାଇଛି।
କୋଟି କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ଠାବ କରିବା ପରେ ବ୍ୟାଙ୍କ ଜମା,ଇନ୍ସ୍ୟୁରେନ୍ସ,ପୋଷ୍ଟାଲ ଡିପୋଜିଟ ଆଦିକୁ ତନାଘନା କରୁଛି ଭିଜିଲାନ୍ସ ଟିମ୍।ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ବାଲେଶ୍ୱର ଅଙ୍ଗାରଗଡିଆ ରେ ଥିବା ୩୭୦୦ ବର୍ଗ ଫୁଟ ପରିମିତ ତିନିତାଲା ଘର,ବାଲେଶ୍ୱର ଶେରଗଡରେ ଥିବା ୪୩୦୦ ବର୍ଗଫୁଟ ପରିମିତ ମାର୍କେଟ କମ୍ପ୍ଲେକ୍ସ,୬ଟି ଦାମି ଘରବାଡି ପ୍ଲଟ ଆଦି ସହ ଅନ୍ୟ ବହୁ ସୁନାରୂପା ଗହଣା ରହିଛି।
ଏହା ବ୍ୟତୀତ ପରବର୍ତ୍ତୀ ତଦନ୍ତ ଜାରୀ ରଖିଛିଭିଜିଲାସ୍ ଵିଭାଗ।ସ୍ବତନ୍ତ୍ର ଭିଜିଲାନ୍ସ୍ ଜଜ୍ ଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଥିବା ଏହି ଚଢାଉରେ ଦୁଇଜଣ ଅତିରିକ୍ତ ଏସ୍ ପି,ଚାରିଜଣ ଡି ଏସ୍ ପି,ସାତଜଣ ଇନିସ୍ପେକ୍ଟରଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ।ଭିଜିଲାନ୍ସ ବିଭାଗ କେସ୍ ନଂ ୧୧/୨୦୨୪ ରେ ମାମଲା ରୁଜୁକରି ତଦନ୍ତ ଜାରୀ ରଖିଥିବା ସୂଚନା।
Comments are closed.