‘ଜେଟ୍ ଏୟାରୱେଜ’ ର ପୂର୍ବ ପ୍ରମୋଟର ନରେଶ ଗୋଏଲଙ୍କ ଘରେ ସିବିଆଇ ରେଡ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ‘ଜେଟ୍ ଏୟାରୱେଜ’ ର ପୂର୍ବ ପ୍ରମୋଟରଙ୍କ ଘରେ ସିବିଆଇ ରେଡ ।  ୫୩୮ କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଏହି ଚଢାଉ କରାଯାଇଥିବା କଥା ସୂଚନା ରହିଛି । ସିବିଆଇ ତରଫରୁ ଜେଟ ଏୟାରୱେଜର ପୂର୍ବତନ ପ୍ରମୋଟର ନରେଶ ଗୋଏଲଙ୍କର ବିଭିନ୍ନ ଠିକଣାରେ ଚଢାଉ କରାଯାଇଛି । ସିବିଆଇର ସୂତ୍ର ସୂଚନା ମୁତାବକ ଜେଟ ଏୟାରୱେଜର ଅନେକ ପୂର୍ବତନ ନିର୍ଦ୍ଦେଶକ ଓ ଅନ୍ୟ ଅଭିଯୁକ୍ତଙ୍କ ବିଭିନ୍ନ ଠିକଣାରେ ସିବିଆଇ ଚଢାଉ କରିଛି । ପ୍ରଥମେ ବ୍ୟାଙ୍କ ଠକେଇ ନେଇ ମାମଲା ରୁଜୁ କରାଯାଇଥିଲା । ଏହି ଚଢାଉରେ ସିବିଆଇ ତରଫରୁ ନରେଶ ଗୋଏଲ ଓ ତାଙ୍କ ପତ୍ନୀ ଅନୀତା ଗୋଏଲଙ୍କ ସମେତ ଜେଟ ଏୟାରୱେଜର ପୂର୍ବତନ ନିର୍ଦ୍ଦେଶକ ଗୌରାଙ୍ଗ ଆନନ୍ଦ ସେଟ୍ଟୀଙ୍କ ବାସଭବନ ଉପରେ ଚଢାଉ ହୋଇଛି ।

କାନାଡା ବ୍ୟାଙ୍କରୁ ଜେଟ ଏୟାରୱେଜ କମ୍ପାନୀ ପାଖାପାଖି ୫୩୮ କୋଟି ଟଙ୍କା ଋଣ ନେଇଥିଲା । ଏହି ମାମଲାରେ ଏବେ କିଛି ସରକାରୀ କର୍ମଚାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସୂତ୍ର ସୂଚନା ରହିଛି ।  ୨୦୧୯ ମସିହାରେ ଆର୍ଥିକ ସଂକଟ କାରଣରୁ ଜେଟ୍ ଏୟାରୱେଜ ତାର ପରିଚାଳନା ନିଲମ୍ବିତ କରିଥିଲା । ଦୀର୍ଘଦିନ ଧରି ଦେବାଳିଆ ପ୍ରକ୍ରିୟା ଜାରି ରହିବା ପରେ ୨୦୨୧ ଜୁନ ମାସରେ ଏହାକୁ ନିଜ ଦଖଲକୁ ନେଇଥିଲା  ଏୟାର ଲାଇନକୁ ଜାଲାନ-କଲଶଂକର ଏକ ଗ୍ରୁପ ।

Leave A Reply

Your email address will not be published.