ଓଡ଼ିଆ ନ୍ୟୁଜ୍: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ।cbse.nic.inରେ ରେଜଲ୍ଟ ଉପଲବ୍ଧ।ଡିଜିଲକର ଓ ଉମଙ୍ଗ ଆପ୍ରେ ମଧ୍ୟ ରେଜଲ୍ଟ ଦେଖିପାରିବେ। ପୁଅଙ୍କୁ ପଛରେ ପକାଇଲେ ଝିଅ । ଛାତ୍ରୀଙ୍କ ପାସ ହାର ୯୪.୯୯ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସହାର ୯୨.୬୦ ପ୍ରତିଶତ ରହିଛି । ପୁଅଙ୍କ ତୁଳନାରେ ଝିଅଙ୍କ ସଫଳତା ହାର ପ୍ରାୟ ୨.୩୯% ଅଧିକ ରହିଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା CBSEର ଆଜି ଦଶମ ଶ୍ରେଣୀ ପରୀକ୍ଷା ଫଳ (ଫ୍ରେଜ-୧) ଘୋଷଣା କରିଛି ।
ଚଳିତବର୍ଷ ମୋଟ ୯୩.୭୦ ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ଯାହା ଗତ କିଛି ବର୍ଷ ତୁଳନାରେ ସାମାନ୍ୟ ଅଧିକ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଝିଅମାନେ ପୁଅଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି । CBSE ପକ୍ଷରୁ କୌଣସି ଅଫିସିଆଲ୍ ଟପ୍ପର ଲିଷ୍ଟ ବା ମେରିଟ୍ ଲିଷ୍ଟ ଜାରି କରାଯାଇ ନାହିଁ । ପିଲାଙ୍କ ମଧ୍ୟରେ ଅହେତୁକ ପ୍ରତିଯୋଗିତା ଓ ମାନସିକ ଚାପରୁ ଦୂରେଇ ରଖିବା ପାଇଁ ବୋର୍ଡ ୨୦୨୦ ମସିହାରୁ ଏହି ନୀତି ଆପଣାଇ ଆସୁଛି । ତେବେ ପ୍ରତି ବିଷୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୦.୧% ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ‘ମେରିଟ୍ ସାର୍ଟିଫିକେଟ୍’ ପ୍ରଦାନ କରାଯିବ ।