ମହାନ ଜନନାୟକ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁପଟ୍ଟନାୟକଙ୍କ ୨୭ ତମ ତିରୋଧାନ ଦିବସ ପାଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘଷିପୁରା ବ୍ଲକ ଅନ୍ତର୍ଗତ ସାଇଁକୁଳ ଠାରେ ମହାନ ଜନନାୟକ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁପଟ୍ଟନାୟକଙ୍କ ୨୭ ତମ ତିରୋଧାନ ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ସଭା ସାଇଁକୁଳ ପୂର୍ବତନ ସରପଞ୍ଚ ବିଭାଷ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ବିଜେଡି ଯୁବ ନେତା ତଥା ଆନନ୍ଦପୁର ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ ଦେବାଶିଷ ପାତ୍ର,ଘଟଗାଁ ବ୍ଳକ୍ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଘଟଗାଁ ବ୍ଲକ ବିଜେଡି ସଭାପତି ଦୋଳଗୋବିନ୍ଦ ବେହେରା,ଏସକେ ଇମ୍ରାନ ଖାଁ,ଘସିପୁରା ବ୍ଲକ ଉପାଧ୍ୟକ୍ଷ ପଞ୍ଚାନନ ବେହେରା, ଦେଓଗାଁ ସରପଞ୍ଚ ସତ୍ୟରଞ୍ଜନ ଭୁୟାଁ, ଜିଲ୍ଲା ପରିଷଦ ସଭ୍ଯ ସଂଜୟ ମଲ୍ଲିକ , ବରିଷ୍ଠ ବିଜେଡି ନେତା ଗୋପିନାଥ ସ୍ୱାଇଁ,ନନ୍ଦକିଶୋର ବେହେରା ଯୋଗ ଦେଇଥିଲେ |

ପରେଶନାଥ କୁଅଁର, ବୁଲୁ ପଟ୍ଟନାୟକ, ଶରତ ରାଉତ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ଯକ୍ଷ ଅକ୍ଷୟ ସାହୁ, ଘସିପୁରା ବ୍ଲକ ଯୁବ ସଭାପତି ଦେବଦତ୍ତ ନାୟକ, ସୁନିଲ୍ ଭୋଇ, ସୁଦିପ ସାହୁ, ସୁରେନ୍ଦ୍ର ଜେନା, ଯୋଗଦେଇ ବିଜୁବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଝଡ଼ ର ଇଗଲ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଘଷିପୁରା ବ୍ଲକ ଓ ଘଟଗାଁ ବ୍ଳକ୍ ର ଅସଂଖ୍ୟ ବିଜୁ ପ୍ରେମୀ ଯୋଗଦାନ କରିଥିଲେ।

Leave A Reply

Your email address will not be published.