ଚନ୍ଦ୍ରାୟନ-୩ର ସଫଳ ଲ୍ୟାଣ୍ଡିଂ: ମନମୋହନ ସାମଲ କହିଲେ ସ୍ୱାଧୀନତାର ଅମୃତକାଳରେ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେଲୁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚନ୍ଦ୍ରପୃଷ୍ଟର ଦକ୍ଷିଣ ମେରୁରେ ପହଂଚିବାରେ ବିଶ୍ୱର ପ୍ରଥମ ଦେଶ ଭାବେ ଭାରତବର୍ଷ ଆଜି ଇତିହାସ ରଚିଛି । ଦେଶବାସୀଙ୍କ ସମସ୍ତ ଉତ୍କଂଠାର ଅନ୍ତ ଘଟାଇ “ଚନ୍ଦ୍ରାୟନ-୩” ସଫଳତାର ସହ ଚନ୍ଦ୍ର ପୃଷ୍ଟରେ ଅବତରଣ କରିଛି । ସମଗ୍ର ୧୪୦ କୋଟି ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୈାରବର ମୁହୁର୍ତ ।

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ପ୍ରେରଣା, ପ୍ରୋତ୍ସାହନରେ ଭାରତୀୟ ବୈଜ୍ଞାନିକମାନଙ୍କ ‘ଟିମ୍ ଓ୍‌ôାର୍କ’ ଆଜି ସମଗ୍ର ଭାରତବର୍ଷକୁ ବିଶ୍ୱ ଦରବାରରେ ଗୈାରାବାନ୍ୱିତ କରିଛି । ସ୍ୱାଧୀନତାର ଅମୃତକାଳରେ ଏହି ଐତିହାସିକ ମୁହୁର୍ତର ଆମେ ସମସ୍ତେ ସାକ୍ଷୀ ହେଲୁ । ଚନ୍ଦ୍ରାୟନ-୩ ର ସଫଳତା ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ‘ଟିମ୍ ଇସ୍ରୋ’ ଏବଂ ଦେଶର ବୈଜ୍ଞାନିକମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଆନ୍ତରିକ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.