ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ସ୍ୱୟଂ ଦାୟୀ : ବିଜେପି ଯୁବମୋର୍ଚ୍ଚା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଉଦବେଗ ଜନକ l ନାରୀ ନିର୍ଯ୍ୟାତନା, ଶିଶୁ ଅପହରଣ, ଧର୍ଷଣ, ରାହାଜାନୀ, ଲୁଣ୍ଠନ, ନିଶା କାରବାର,ନରହତ୍ୟା ଆଦି ଅପରାଧିକ ପ୍ରବଣ ହୋଇଛି ଓଡିଶା l ମୁଖ୍ୟମନ୍ତ୍ରୀଙ୍କ ନିଜ ଅଧୀନରେ ଥିବା ଗୃହ ବିଭାଗ ଆଜି ନିଜେ କାଠଗଡାରେ l ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦିନ ଦ୍ବିପ୍ରହରରେ ହତ୍ୟା ଏହାର ଜ୍ୱଳନ୍ତ ଉଦାହରଣ l ଅନେକ ହତ୍ୟା, ଧର୍ଷଣ ଆଦି ଅପରାଧିକ ମାମଲାରେ ବିଜେଡ଼ିର ମାଳମାଳ ନେତା ମନ୍ତ୍ରୀ ସିଧାସଳଖ ସମ୍ପୃକ୍ତ lଓଡ଼ିଶା ଶାସନରେ ବିଫଳ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ।ଓଡିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ଓଡ଼ିଶାରେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ସୁରକ୍ଷାକର୍ମୀ ଦିବାଲୋକରେ ଗୁଳିକରି ହତ୍ୟାକଲେ । ଯଦି ରାଜ୍ୟରେ ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେବାର ବିଫଳ ସେଠି ସାଧାରଣ ଜନତାଙ୍କ କଥା ନକହିବା ଭଲ ।

ବର୍ତ୍ତମାନ ଓଡିଶା ବସୀ ସୁରକ୍ଷିତ ନାହାନ୍ତି। ଓଡ଼ିଶା ବାସୀଙ୍କ ସୁରକ୍ଷା, ନବ ଦାସ ହତ୍ୟାର ସଠିକ୍ ତଦନ୍ତ, ଷଡଯନ୍ତ୍ରକାରୀଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ ରେ ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜେପି ଚନ୍ଦ୍ରଶେଖରପୁର ମଣ୍ଡଳ ଯୁବମୋର୍ଚ୍ଚା ପକ୍ଷରୁ ଭୁବନେଶ୍ବର ସ୍ଥିତ ଡମଣା ଛକ ନିକଟରେ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀ ଙ୍କର କୁଶୁତ୍ତଳିକା ଦାହ କରାଯାଇଥିଲା।

ଆଜିର ଏହି ବିକ୍ଷୋଭ ରେ ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ରାଜ୍ୟ ବିଜେପି ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଚନ୍ଦ୍ରଶେଖର ମଣ୍ଡଳ ସଭାପତି ଦାମୋଦର ବେହେରା, ବିଜେପି କର୍ପୋରେଟର ଯଶୋଧାରା ପ୍ରଧାନ,ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱୟଂ ସେବକ ରାୟ, ,ଚନ୍ଦ୍ରଶେଖର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ନଗେନ କୁମାର ବିଶୋଇ,ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ସଂଗ୍ରାମ କେଶରୀ ନାୟକ,ସୁରେଶ କୁମାର ସାହୁ,ରାମ ନନ୍ଦ, ସୁଶାନ୍ତ କୁମାର ସାବତ,ବିରଞ୍ଚି ନାରାୟଣ ନାୟକ, ଯଯାତି କେଶରୀ ବିଶ୍ୱାଳ, ଅମିତ କୁମାର ଚୌଧୁରୀ, ସମ୍ବିତ ପଟନାୟକ, ଜୋତିରଞ୍ଜନ ମିଶ୍ର, ରୁଦ୍ରପ୍ରତାପ ରାଉତ, ନିହାର ହୋତା, ସୌମ୍ୟ ରଞ୍ଜନ ଦାସ, ଚନ୍ଦନ ନାୟକ,ଶିଶିର ମହାରଣା, ସୁନୀଲ ରାୟ ପ୍ରମୁଖ ଯୋଗୋଦେଇଥିଲେ।

Leave A Reply

Your email address will not be published.