ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶାକୁ ବିଦେଶରୁ ଆସିବ ନିବେଶ। ସିଙ୍ଗାପୁରରେ ଶିଳ୍ପ ଜଗତର ଶୀର୍ଷ ନେତୃତ୍ୱଙ୍କୁ ଭେଟି ଓଡ଼ିଶାକୁ ନିମନ୍ତ୍ରଣ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ପ୍ରତିନିଧି ମଣ୍ଡଳୀ । ଏଠାରେ, ନିବେଶକମାନଙ୍କୁ ସମସ୍ତ ପ୍ରକାରର ସହଯୋଗ ଓ ସୁଯୋଗ ଦେବେ ଓଡ଼ିଶା ସରକାର।
ସିଙ୍ଗାପୁରର ବିଭିନ୍ନ ଶିଳ୍ପପତିମାନଙ୍କୁ ଏକଥା କୁହାଯାଇ ଓଡ଼ିଶା ପ୍ରତି ଆକୃଷ୍ଟ କରାଯିବ । ତେବେ ସୂଚନା ମୁତାବକ, ଆସନ୍ତା ୨୦୨୫ ଜାନୁଆରୀ ୨୮ ଓ ୨୯ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା’ ସମାବେଶରେ ସାମିଲ ହେବା ପାଇଁ ପୁଞ୍ଜିପତିଙ୍କୁ ଆମନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆସନ୍ତାକାଲିଠାରୁ ୬ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ।
ସେଠାରେ ଆୟୋଜିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏକାଧିକ ଶିଳ୍ପପତିଙ୍କୁ ସାକ୍ଷାତ କାର୍ୟ୍ୟକ୍ରମ ରହିଛି। ପୂର୍ବରୁ ନୂଆଦିଲ୍ଲୀ ଓ ମୁମ୍ବଇରେ ଆୟୋଜିତ ହୋଇଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗଦେଇ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକଙ୍କୁ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ।