ଶୃଙ୍ଖଳିତ ରଥଯାତ୍ରା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ, ଯେପରି ପୁରୀରୁ ଭଲ ଅନୁଭୂତି ନେଇ ଫେରିବେ ସେନେଇ ପରାମର୍ଶ ଦେଲେ ନବୀନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଶୃଙ୍ଖଳିତ ରଥଯାତ୍ରା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ଦାୟିତ୍ୱ ବୋଲି ଶେଷ ସମନ୍ବୟ ବୈଠକରେ ଭର୍ଚୁଆଲରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ଭକ୍ତମାନେ ଯେପରି ପୁରୀରୁ ଭଲ ଅନୁଭୂତି ନେଇ ଫେରିବେ, ସେ ଉପରେ ଦୃଷ୍ଟି ଦେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତଙ୍କ ସେବା ଓ ସମର୍ପଣ ମନୋଭାବ ଏହାକୁ ସଫଳ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରଥଯାତ୍ରା ପୂର୍ବରୁ ଶେଷ ସମନ୍ବୟ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ବିଭିନ୍ନ ବିଭାଗର ପ୍ରତିନିଧି ଯୋଗ ଦେଇଥିଲେ। ରଥଯାତ୍ରା ସୂଚାରୁ ରୂପେ ଆୟୋଜନ ପାଇଁ ସବୁ ବିଭାଗ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ୧୫ ତାରିଖ ସୁଦ୍ଧା ପରିକ୍ରମା ମାର୍ଗ ଖୋଲିବ ବୋଲି ସେ କହିଛନ୍ତି।

ବୈଠକରେ ଶକ୍ତି, ନଗର ଉନୟନ, ପୂର୍ତ୍ତ, ଆଇନ, ଯୋଗାଣ ମନ୍ତ୍ରୀ ଉପସ୍ଥିତ। ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ବିଭିନ୍ନ ବିଭାଗର ଶାସନ ସଚିବ, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ଆରଡିସିଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ସାମିଲ। ସେବାୟତ ବୁଦ୍ଧିଜୀବୀ ଓ ସହରର ବରିଷ୍ଠ ନାଗରିକ ମାନେ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି ।

 

 

Leave A Reply

Your email address will not be published.