ଓଡିଶା ପରିବହନ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ ନିଷ୍ପତିକୁ ସ୍ବାଗତ, ୩୨ଟି ପରିବହନ ଶ୍ରମିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଓ କୃତଜ୍ଞତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପରିବହନ କ୍ଷେତ୍ରରେ କାର୍ଯ୍ୟରତ ଲକ୍ଷ୍ୟଧ‌ିକ ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟଦାବୀ ପାଇଁ ଦିର୍ଘ ଚାଳିଶ ବର୍ଷର ଲଢେଇ, ଧର୍ମଘଟ, ପ୍ରତିବାଦ ସାମଗ୍ରକ ଭାବରେ ପରିବହନ ଶ୍ରମିକଙ୍କ ମୌଳିକ ସୁବିଧା ସୁଯୋଗ ଓ ସାମାଜିକ ସୁରକ୍ଷା ଓ ସତନ୍ତ ପରିବହନ ନିତି ଓ ପରିବହନ ଶ୍ରମିକ କଲ୍ୟାଣ ବୋର୍ଡ ଗଠନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବାରୁ, ବିଜୁ ଶ୍ରମିକ ସାମୁଖ୍ୟ ସହବନ୍ଧିତ ଓଡ଼ିଶା ସଡକ ପରିବହନ ଶ୍ରମିକ ମହାସଂଘ ସହିତ ସଂପୃକ୍ତ ଓଡିଶାର ୩୨ଟି ପରିବହନ ଶ୍ରମିକ ସଂଘ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି ।

ପୂର୍ବରୁ ନିଖିଳ ଓଡିଶା ଅଟୋ ମହାସଂଘ ଜରିଆରେ ଗତ ଅକ୍ଟୋବର ମାସ ୧୦ ତାରିଖ ୨୦୨୨ ରେ ଓଡିଶା ଟ୍ରାନ୍ସପୋର୍ଟ କମିଶନର, ପରିବହନ ବିଭାଗ ପ୍ରମୁଖ ସଚିବ, ମାନ୍ୟବର ଶ୍ରମ ମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ସମସ୍ତ ପରିବହନ ଶ୍ରମିକ ମିଳିତ ମଂଚ ଆୟୋଜିତ (ଟ୍ରାନ୍ସପୋର୍ଟ ପାର୍ଲାମେଣଟ) କୁ ସମ୍ବୋଧନ କରି ପରିବହନ ଶ୍ରମିକଙ୍କ କଲ୍ୟାଣୀ ପାଇଁ ତଥା ସେମାନଙ୍କୁ ସାମାଜିକ ସୁରକ୍ଷା ବଳୟ ଭିତରକୁ ଆଣିବା ଦିଗରେ ଦିଆଯାଇଥିବା ସହାୟତା ଗୁଡିକୁ ଗ୍ରହଣକରି ଅନୁକମ୍ପାରାଶି ଘୋଷଣା ସହିତ କଲ୍ୟାଣ ବୋର୍ଡ ଗଠନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ସ୍ଵିକୃତି ପ୍ରଦାନ କରିଛନ୍ତି ।

ରାଜ୍ୟ ସରକାରଙ୍କ ସାଧୁଉଦ୍ୟମ ଓ ଆମ ସଂଘ ମାନଙ୍କର ପ୍ରଚେଷ୍ଟା ଫଳରେ କଲ୍ୟାଣବୋର୍ଡ ଗଠନ ଦାବି ପୁରଣ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦୁର୍ଘଟଣାରେ ମୃତ୍ୟୁହେଲେ ୪ଲକ୍ଷ ଟଙ୍କା, ସାଧାରଣ ମୃତ୍ୟୁହେଲେ ୨ଲକ୍ଷ, ସମ୍ପୂର୍ଣ୍ଣ ଅକ୍ଷମ ହେଲେ ୨ଲକ୍ଷ, ଦୁର୍ଘଟଣା ରେ ଗୁରୁତ୍ବର ଆହାତ ହେଲେ ୮୦ହଜାର ଟଙ୍କା ଓ ପରିବହନ ଶ୍ରମିକ ମାନଙ୍କୁ ମଧୁବାବୁ ପେନସନ ଯୋଜନା ଓ ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବାକୁ ପ୍ରାରମ୍ଭିକ ଭାବରେ ସ୍ଵୀକୃତି ପ୍ରଦାନ କରିଛନ୍ତି ।

ଏହା ଦ୍ବାରା ଲକ୍ଷ ଲକ୍ଷ ଟ୍ରକ, ବସ୍, ଅଟୋରିକ୍ସା, ଟ୍ୟାକ୍ସି ଓ ଅନ୍ୟାନ୍ୟ ପରିବହନ ଯାନର ଡ୍ରାଇଭର, କଣ୍ଡକ୍ଟର, ହେଲପର ଓ ପରିବହନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନେ ଉପକୃତ ହୋଇପାରିବେ । ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶାର ସମସ୍ତ ଜିଲ୍ଲାରୁ ଶତାଧିକ ପରିବହନ ଶ୍ରମିକମାନଙ୍କ ପ୍ରତିନିଧିମାନେ ଯୋଗଦେଇ ଓଡ଼ିଶା ସଡକ ପରିବହନ ଶ୍ରମିକ ମହାସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି ।

ଏହି ଅବସରରେ ବିଜୁ ଶ୍ରମିକ ସାମୁଖ୍ୟ ମହାସଚିବ ତଥା ମେୟର କଟକ ଶ୍ରୀ ସୁବାସ ଚନ୍ଦ୍ର ସିଂହ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମହାସଂଘର ଆବାହକ ତଥା ବିଜୁ ଶ୍ରମିକ ସାମୁଖ୍ୟ ସମ୍ପାଦକ ନବ କିଶୋର ମହାନ୍ତି, ନିଖିଳ ଓଡିଶା ଅଟୋ ଟ୍ୟାକ୍ସି ଚାଳକ ମହାସଂଘ ସାଧାରଣ ସମ୍ପାଦକ ପଦ୍ମନ ସାମଲ, ପୁରିଜିଲ୍ଲା ସଭାପତି ଦୁର୍ଗାଚରଣ ଖୁଣ୍ଟିଆ, ଝାରସୁଗୁଡ଼ା ଡ୍ରାଇଭର ଏସୋସିଏସନ୍ ସାଧାରଣ ସମ୍ପାଦକ ଚୈତନ୍ୟ ସାହାଣୀ, କଟକ ମହାନଗର ଅଟୋ ମହାସଂଘ ଉପ ସଭାପତି ଦେବେନ୍ଦ୍ର ପାଣିଗ୍ରାହୀ, ଉପ ସଭାପତି ଅଲ୍ ଓଡିଶା ଡ୍ରାଇଭର ମହାସଂଘ କିଶୋର ଚନ୍ଦ୍ର ବେହେରା, ଟ୍ରାଫିକ ଜାମ୍ ଅର୍ଗାନାଇଜେସନ୍ ସଭାପତି ଦୁର୍ଗାଚରଣ ସାହୁ ଆଦି ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.