ଓଡ଼ିଶାରେ ପୁଣି ଲାଗିବ କି ଲକଡାଉନ୍! ୨ଟା ୩୦ରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

0

ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଲାଗୁହୋଇଥିବା ଆଂଶିକ ଲକଡାଉନର ଅବଧି କାଲି ସକାଳ ପର୍ଯ୍ୟନ୍ତ ରହିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସମ୍ପୂର୍ଣ୍ଣ କଟକଣା ମୁକ୍ତ ହେବ ନା ପୁଣି ଲକଡାଉନ୍ ଫେରିବ ବୋଲି କଳ୍ପନାଜଳ୍ପନା ଲାଗି ରହିଛି ।

ଏହାରି ମଧ୍ୟରେ ରାଜ୍ୟରେ କୋଭିଡ଼ ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅପରାହ୍ନ ୨ଟା ୩୦ ମିନିଟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏନେଇ ଘୋଷଣା କରିବେ । ରାଜ୍ୟରେ ଆଂଶିକ ଲକଡାଉନ ଓ ଅନଲକ୍ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶଙ୍କା କରାଯାଉଛି ।

ତେବେ ଉପକୂଳ ଜିଲ୍ଲା ବିଶେଷକରି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସବୁଠୁ ଅଧିକ ରହୁଥିବାରୁ ସରକାରଙ୍କ ଫୋକସରେ ରହିଛି ଏହି ଦୁଇ ଜିଲ୍ଲା । ଏହି ଦୁଇ ଜିଲ୍ଲାକୁ ବାଦ୍‌ ଦେଇ ବାକି ୨୮ଟି ଜିଲ୍ଲାରେ ଲକ୍‌ଡାଉନ୍‌ ଉଠାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଦୁଇଟି ଜିଲ୍ଲାରେ ଲକଡାଉନର ରୂପରେଖ କ’ଣ ରହିବ ତାକୁ ନେଇ ଏବେ ତର୍ଜମା ଚାଲିଛି।

Leave A Reply

Your email address will not be published.