ଆଜିର ମୁଖ୍ୟ ଖବର

0

୧-ତୈଳଦର ବୃଦ୍ଧି ପ୍ରତିବାଦରେ ବାମଦଳ ପକ୍ଷରୁ ଆଜି ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି।

୨-ଛଅ ମାସ ମଧ୍ୟରେ ହୋଇପାରେ ପଞ୍ଚାୟତ ନିର୍ବାଚନ, ରାଜ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଜଣାଇଲେ ରାଜ୍ୟ ସରକାର।

୩-ଆଜି ସରିବ ପଞ୍ଚମ ପର୍ଯ୍ୟାୟ ତାଲାବନ୍ଦ, ଏବେବି ଲାଲ୍ ବଳୟରେ କଟକ ଓ ଖୋର୍ଦ୍ଧା।

୪-କଟକ: ହାଇକୋର୍ଟ ପକ୍ଷରୁ ଖୋଲିଲା ‘ଟେଲିଗ୍ରାମ ଚାନେଲ୍’, କୋର୍ଟ କାର୍ଯ୍ୟ ସଂପର୍କରେ ମିଳିବ ସୂଚନା।

୫-ଆଜିଠାରୁ ଭୁବନେଶ୍ବର ଏମ୍ସରେ ଉପଲବ୍ଧ ହେବ ଇକମୋ ଚିକିତ୍ସା, ରାଜ୍ୟର ପ୍ରଥମ ସରକାରୀ ଚିକିତ୍ସାଳୟ ଭାବେ ଏମ୍ସରେ ଏହି ସୁବିଧା।

୬-ନୂଆ ଦିଲ୍ଲୀ: ଶସ୍ତା ହେବ ଥର୍ମୋମିଟର,ବିପି ମେସିନ୍ ଓ ଅକ୍ସିମିଟର।

୭-କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟରୋଗ ଅନୁଷ୍ଠାନ (AHPGIC) ରେ ଏମଆର ଆଇ ଓ ସିଟି ସ୍କାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୮-ସହିଦନଗର ପୋଲିସ ଓ କ୍ୱିକ୍‌ ଆକ୍ସନ ଟିମର ଚଢଉ: ଧଳା ଜହର ସହ ୩୪ଲକ୍ଷ ୮୦ହଜାର ଟଙ୍କା, ମହିଳାଙ୍କ ସହ ୨ଗିରଫ।

୯-କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୧୧ % ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର, ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ।

୧୦-ରାଜ୍ୟପାଳ ଭାବେ କାର୍ଯ୍ୟକାଳ ପୁରିବା ପରେ ଜନ୍ମଭୂମିକୁ ଫେରିଲେ ଦ୍ରୌପଦୀ ମୁର୍ମୁ।

୧୧-ନୂଆ ଦିଲ୍ଲୀ:କୋଭିଡ-୧୯ ଟିକାକରଣ ଅଭିଯାନ : ଟିକା ନେଲେଣି ୩୯ କୋଟିରୁ ଅଧିକ।

୧୨-ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ସର୍ବଦଳୀୟ ବୈଠକ ଡାକିଲେ ସରକାର, ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ।

୧୩-ଆଜି ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ୧୫୦୦ କୋଟି ଟଙ୍କାର ପ୍ରକଳ୍ପର ହେବ ଶିଳାନ୍ୟାସ।

Leave A Reply

Your email address will not be published.