ପଦ୍ମ ଧରିଲେ ଚିଲିକା ବିଧାୟକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଦ୍ମ ଧରିଲେ ଚିଲିକା ବିଧାୟକ ।  ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିରେ ମିଶିଲେ ଏହି ବାହୁବଳୀ ନେତା। ପ୍ରଶାନ୍ତଙ୍କ ସହ ତାଙ୍କର ବହୁ ସମର୍ଥକ ବି ବିଜେପିରେ ସାମିଲ ହୋଇଛନ୍ତି । ପ୍ରଶାନ୍ତ ଜଗଦ୍ଦେବ ଆଜି ବିଜେପିରେ ଯୋଗ ଦେବା କାର୍ଯ୍ୟକ୍ରମ ଥିବାରୁ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟ ବେଶ୍‌ ଚଳଚଞ୍ଚଳ ହୋଇ ପଡ଼ିଥିଲା। ଅପରାହ୍ନ ପ୍ରାୟ ୧ଟାରେ ପ୍ରଶାନ୍ତ ଜଗଦ୍ଦେବ ନିଜ ସମର୍ଥକଙ୍କ ସହ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ସେ ଜୟ ଶ୍ରୀରାମ ଓ ଭାରତ ମାତା କି ଜୟ ନାରା ଦେଇ ବିଜେପି କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ। ତେବେ ପ୍ରଶାନ୍ତ ବିଜେପିରୁ କେଉଁ ଆସନରୁ ଲଢ଼ିବେ, ତାହା ସ୍ପଷ୍ଟ ହୋଇନାହିଁ । ଉଭୟ ଖୋର୍ଦ୍ଧା ଓ ବେଗୁନିଆକୁ ନେଇ ବିଜେପିର ବରିଷ୍ଠ ନେତାଙ୍କ ସହ ଆଲୋଚନା ହୋଇଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି ।  ସୂଚନା ଅନୁସାରେ ପ୍ରଶାନ୍ତ ଜଗଦ୍ଦେବ ୨୦୧୪ରେ ବେଗୁନିଆରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୯ରେ ବିଜେଡି ତାଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ୍ ଦେଇଥିଲା।

ଏବଂ ସେ ୨୦୧୯ରେ ମଧ୍ୟ ସେଠାରୁ ନିର୍ବାଚିତ ହୋଇଥିଲେ। ସାଧାରଣ ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତିରେ ସେତିକି ସରଗରମ ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ଏକାଧିକ ବିଜେଡି ନେତା ବିଜେପିରେ ସାମିଲ ହୋଇଛନ୍ତି। ନିକଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ। ଆଉ ଆଜି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପଦ୍ମ ଧରିଛନ୍ତି।

Leave A Reply

Your email address will not be published.