ଓଡ଼ିଆ ନ୍ୟୁଜ୍: ସୁନ୍ଦରଗଡ଼ରେ ଦଶାହ ଭୋଜି ଖାଇ ୪ ମୃତ ; ୨୯ ଆକ୍ରାନ୍ତ। ହେମଗିରି ବ୍ଲକ ନୂଆଡ଼ିହି ଗାଁରେ ଝାଡ଼ାବାନ୍ତିରେ ୨ ମୃତ। ଅତାବିରା ପଞ୍ଚାୟତ ସୁନାଖାଏନ ଗାଁରେ ଝାଡ଼ାବାନ୍ତିରେ ଆଉ ୨ ମୃତ। ଝାଡ଼ାବାନ୍ତିରେ ୨୯ ଆକ୍ରାନ୍ତ ମେଡିକାଲରେ ଚିକିତ୍ସିତ। ଏକ ଦଶାହ ଭୋଜି ଖାଇ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବା ସୂଚନା। ଉଭୟ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି।
ଗତ କିଛି ଦିନ ପୂର୍ବରୁ ଗାଁରେ ଏକ ଶୁଦ୍ଧି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପୋଖରୀରେ ଶୌଚ କାର୍ଯ୍ୟ ଓ ଗାଧୁଆପାଧୁଆ ଯୋଗୁଁ ପାଣି ଦୂଷିତ ହୋଇ ଝାଡ଼ାବାନ୍ତି ବ୍ୟାପିଥିବା ସନ୍ଦେହ କରାଯାଉଛି । ଏକ ଡାକ୍ତରୀ ଟିମ୍ ନୂଆଡିହି ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହାସହ ଲୋକମାନଙ୍କୁ ସଫାସୁତୁରା ରହିବା ସହ ସତର୍କତା ଅବଲମ୍ବନ କରିବାକୁ ସଚେତନା କରାଯାଇଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।
ସୂଚନାଯୋଗ୍ୟ, ଗତମାସ ମଧ୍ୟ ଯାଜପୁର ଜିଲ୍ଲା ଧର୍ମଶାଳାରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଥିଲା । ଆଉ ଜଣେ ଯୁବକଙ୍କ ମୃତ୍ୟୁ, ୭ରୁ ଅଧିକ ଆକ୍ରାନ୍ତ ହୋଇଥିଲେ। ମୃତକ ହେଲେ ରାଇଛନ୍ଦା ପଞ୍ଚାୟତ ବାରକଣା ଗାଁର ବିପିନ ସାହୁ । ଦୁଇଦିନ ହେବ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କବାଟବନ୍ଧ ମେଡିକାଲରେ ଭର୍ତ୍ତି ହୋଇଥିଲେ।