ପାକ୍‌ରେ ଆତ୍ମଘାତୀ ବିସ୍ଫୋରଣ; ୨୩ ମୃତ

0

ଓଡ଼ିଆ ନ୍ୟୁଜ୍: ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ; ୨୩ ମୃତ। ୪୭ରୁ ଊର୍ଦ୍ଧ୍ୱ ଆହତ ମେଡିକାଲରେ ଭର୍ତ୍ତି; ଉଦ୍ଧାର କାର୍ଯ୍ୟ ଜାରି। ଆତ୍ମଘାତୀ ବିସ୍ଫୋରଣ ଜରିଆରେ ଟ୍ରେନ୍‌କୁ ଟାର୍ଗେଟ୍‌।ଚମନ ଫାଟକ ନିକଟରେ ଟ୍ରେନ୍‌କୁ ଧକ୍କା ଦେଲା ବିସ୍ଫୋରକ ଭର୍ତ୍ତି ଗାଡ଼ି। ବିସ୍ଫୋରଣରେ ଉଡ଼ିଗଲା ଟ୍ରେନ୍‌ର ଗୋଟିଏ ବଗି।

ରିପୋର୍ଟ ଅନୁଯାୟୀ, ଟ୍ରେନ୍ ଟି କ୍ୱେଟା କ୍ୟାଣ୍ଟ ଅଞ୍ଚଳ ଆଡକୁ ଯାଉଥିବା ବେଳେ ରେଳ ଲାଇନରେ ବିସ୍ଫୋରଣ ଘଟିଥିଲା।ବିସ୍ଫୋରଣ ପରେ, ଆଖପାଖ ଅଞ୍ଚଳରେ ଗୁଳି ଫୁଟିବାର ଶବ୍ଦ ମଧ୍ୟ ଶୁଣାଯାଇଥିଲା, ଯାହାଦ୍ୱାରା ବାସିନ୍ଦାଙ୍କ ମଧ୍ୟରେ ଆହୁରି ଭୟ ବ୍ୟାପିଥିଲା। ପାକିସ୍ତାନର ବଲୁଚିସ୍ତାନ ପ୍ରାନ୍ତର କ୍ୱେଟାରେ ଭୟଙ୍କର ବିସ୍ଫୋରଣ । ଚମନ ଫାଟକ ନିକଟରେ ଏକ ପ୍ୟାସେଞ୍ଜର ଟ୍ରେନକୁ ଟାର୍ଗେଟ କରି ସନ୍ଦିଗ୍ଧ ଆତ୍ମଘାତୀ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ଅତି କମରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଧୂଆଁ ଓ ନିଆଁ ଦେଖିବାକୁ ମିଳିଥିଲା। ଖବରପାଇ ସୁରକ୍ଷାବାହିନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ ।

ପ୍ରାରମ୍ଭିକ ତଦନ୍ତରୁ ଏହା ଆତ୍ମଘାତୀ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣର ଦାୟିତ୍ୱ ନେଇନାହାନ୍ତି । ବାଲୁଚିସ୍ତାନରେ ପୂର୍ବରୁ ମଧ୍ୟ ଏଭଳି ଆତଙ୍କୀ ଆକ୍ରମଣ ଘଟିଥିବାବେଳେ, ଏହି ଘଟଣା ପୁଣିଥରେ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି । ତେବେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Leave A Reply

Your email address will not be published.