ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ପ୍ରେମ ପ୍ରକାଶ ଗିରଫ: ଗତକାଲି ଘରୁ ମିଳିଥିଲା ୨ଟି ଏକେ-୪୭

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ସିଏମ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ପ୍ରେମ ପ୍ରକାଶଙ୍କୁ ଗିରଫ କରାଯାଇଛି। ଗତକାଲି ରାତିରେ ରାଞ୍ଚିରୁ ପ୍ରେମ ପ୍ରକାଶଙ୍କୁ ଇଡି ଗିରଫ କରିଛି। ଗତକାଲି ରାଞ୍ଚିରେ ପ୍ରେମ ପ୍ରକାଶଙ୍କ ପରିସରରେ ହୋଇଥିବା ଚଢାଉରେ ଦୁଇଟି ଏକେ-୪୭ ରାଇଫଲ ଏବଂ ୬୦ ଟି ଲାଇଭ କାର୍ଟ୍ରିଜ ଉଦ୍ଧାର କରାଯାଇଥିଲା। ଝାଡଖଣ୍ଡରେ ବେଆଇନ ଖଣି ଖନନ ଅଭିଯୋଗରେ ଇଡି ମନି ଲଣ୍ଡରିଂ ଯାଞ୍ଚ କରୁଛି।

ଗତକାଲି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଟିମ୍ ଏକକାଳୀନ ଝାଡଖଣ୍ଡ, ବିହାର, ତାମିଲନାଡୁ ଏବଂ ଏନସିଆରରେ ପ୍ରାୟ ୧୭-୨୦ ପରିସର ଉପରେ ଚଢାଉ କରିଥିଲା। ସୂତ୍ରରୁ ପ୍ରକାଶ ଯେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରାଜନୈତିକ ସହାୟକ ପଙ୍କଜ ମିଶ୍ର ଏବଂ ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ବାହୁବଲୀ ବାଚୁ ଯାଦବଙ୍କୁ ପଚରାଉଚରା ପରେ ନୂଆ ତଥ୍ୟ ପଦାକୁ ଆସିବା ପରେ ଏହି ଚଢାଉ କରାଯାଇଥିଲା।

Leave A Reply

Your email address will not be published.