ସମାଜସେବୀ ମୁକ୍ତିକାନ୍ତଙ୍କୁ ତାଙ୍କ ବାପା ମାଙ୍କ ଜିମା ଦେଲା କମିଶନରେଟ ପୋଲିସ, ଦୁଇ ଦିନ ତଳେ ହୋର୍ଡିଂ ଉପରେ ଚଢି କରିଥିଲେ ଆତ୍ମହତ୍ୟା ଉଦ୍ୟମ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଖରିଆବାହାଲ ବସ୍ତିରେ ତାଙ୍କ ବାପା ମାଙ୍କୁ ଜିମା ଦେଇଛନ୍ତି।ମୁକ୍ତିକାନ୍ତ ବିଶ୍ବାଳଙ୍କୁ ଗତକାଲି କ୍ୟାପିଟାଲ ହସ୍ପିଟାଲରୁ ଭୁବନେଶ୍ବର ଷ୍ଟେସନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ମଧ୍ୟରେ ପୁଲିସ ଭ୍ୟାନରେ ବସାଇ ନିଆଯାଇଥିଲା। ଷ୍ଟେସନରେ ପହଞ୍ଚିବା ପରେ ରାଜା-ରାଣୀ ଏକ୍ସପ୍ରେସରେ ଅପେକ୍ଷାରେ ଥିବା ତାଙ୍କ ପୀଉସୀ ପୁଅ ଶୁଭମକୁ ମୁକ୍ତିକାନ୍ତଙ୍କ ଜିମା ଦିଆଯାଇଥିଲା।

କ୍ୟାପିଟାଲ ଥାନାର ଦୁଇ ଜଣ ପୁଲିସ କନଷ୍ଟେବଲ୍ ମୁକ୍ତିକାନ୍ତଙ୍କୁ ସୁରକ୍ଷା ଦେଇ ରାଉରକେଲା ପର୍ଯ୍ୟନ୍ତ ଯାଇଛନ୍ତି। ରାଉରକେଲା ଷ୍ଟେସନରେ ମୁକ୍ତିକାନ୍ତ ପହଞ୍ଚିବା ପରେ ତାଙ୍କ ପରିବାର ଲୋକଙ୍କୁ ଜିମା ଦେଇ ପୁଲିସ ସେଠାରୁ ଫେରି ଆସିଛି।

 

Leave A Reply

Your email address will not be published.