ଆଦିବାସୀ କୁଡୁମି ସମାଜ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଦିବାସୀ କୁଡୁମି ସମାଜ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା | ଆଦିବାସୀ କୁଡୁମି ସମାଜ ପକ୍ଷରୁ ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି।

ଏହି ଧାରଣାରେ କୁଡୁମି ଜାତିକୁ ଆଦିବାସୀ ମାନ୍ୟତା, କୁଡୁମାଲି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ଆଦି ଦାବୀ କରାଯାଇଛି। ଦୀର୍ଘଦିନ ରୁ ଜାତି ପାଇଁ ଆନ୍ଦୋଳନ କରୁଥିବା କୁଡୁମୀ ଜାତିଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ତେଣୁ ଆଉ କୁଡୁମୀ ଜାତି ଚୁପ୍ ବସିବ ନାହିଁ ।

ଉଭୟ ସରକାର କୁଡୁମୀ ଜାତି କୁ ଧୋକା ଦେଇଛନ୍ତି। ତେଣୁ ଦାବୀ ପୂରଣ ନହେଲେ ଆଗାମୀ ନିର୍ବାଚନରେ ଏଜାତି ତାର ଏକତା ପ୍ରଦର୍ଶନ କରିବା ସହ ଭୋଟଦାନ ରେ ଅସହଯୋଗ କରିବ। ‘ନୋ ଏସଟି ନୋ ଭୋଟ’ କୁ ପ୍ରାଧାନ୍ୟ ଦିଆଯିବ ବୋଲି କୁଡୁମୀ ନେତା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.