ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଡଚଣାର ନବ ନିର୍ବାଚିତ ବିଧାୟକ ଅମର ନାୟକଙ୍କୁ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ଦୋହଳି କୂପ ପଡିଆ ଠାରେ ପଞ୍ଚାୟତ ବିଜେପି ସଭାପତି ଉତ୍ତମ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପରିପ୍ରେକ୍ଷୀରେ ଯୋଗ ଦେଇ ନବ ନିର୍ବାଚିତ ବିଧାୟକ ଅମର ନାୟକ ଯୋଗଦେଇ ବଡଚଣା ତଥା ଗୋପାଳପୁର ପଞ୍ଚାୟତ ର ଜନସାଧାରଣଙ୍କ ନିଷ୍ପତ୍ତି ବଡଚଣା ପାଇଁ ଏକ ଇତିହାସ ସୃଷ୍ଟି କରିଛନ୍ତି। କେବଳ ଆଜି କାହିଁକି ବର୍ଷ ବର୍ଷ ପରେ ମଧ୍ଯ ଇତିହାସ ଆପଣମାନଙ୍କ ର ନିଷ୍ପତ୍ତି କୁ ସମ୍ମାନ ଦେବ ସେଥି ପାଇଁ ମୁଁ ଆପଣମାନଙ୍କ ନିକଟରେ ଚିର ରୁଣି ହୋଇରହିବି।
ଏହି ଅବସରରେ ଓଳାଶୁଣି ମଣ୍ଡଳ ସଭାପତି ପ୍ରଦୀପ କୁମାର ସାମଲ, ସାଧାରଣ ସମ୍ପାଦକ ନିରଞ୍ଜନ ମହାନ୍ତି, ପ୍ରାକ୍ତନ ଜିଲାପରିଷଦ ସଭ୍ଯ ରବୀନ୍ଦ୍ରନାଥ ଶାନ୍ତି, ସାମାଜ ସେବିକା ସ୍ବର୍ଣ୍ଣଲତା ସାମଲ, ବିଷ୍ନୁ ଚରଣ ବିହାରୀ, ବିଜୟ କୁମାର ଶାନ୍ତି, ପ୍ରଶାନ୍ତ ମହାନ୍ତି, ଉମାକାନ୍ତ ପାଢି, ସର୍ବେଶ୍ଵର ପାଢି, କାଳନ୍ଦି ମହାନ୍ତି, ଅଲେଖ ପାଢି, ତପନ ବିହାରୀ, ଜ୍ୟୋତିର୍ମୟୀ ସାମଲ, ନିର୍ମଳ ଶାନ୍ତି, ସୁବ୍ରତ ପୁଷ୍ଟି, ଅର୍ଜୁନୀ ବେହେରା, ବନୋଜ ମଲ୍ଲ, ତୁଷାର ରଞ୍ଜନ ଦାସ, ପ୍ରକାଶ ପ୍ରଧାନ, ମହେନ୍ଦ୍ର ସାମଲ, ଅଲେଖ ପାଢି, ଅଧର ଜେନା, ପ୍ରତାପ ବେହେରା ପ୍ରମୂଖ ଯୋଗ ଦେଇ ଗୋପାଳ ପୁର୍ ପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଯୁବ ବିଧାୟକ ଅମର ନାୟକ ନିକଟରେ ଦାବି ଉପସ୍ଥାପନ କରିଥିଲେ।
ପ୍ରାରମ୍ଭରେ ଏକ ସୁସଜ୍ଜିତ ଖୋଲା ଗାଡିରେ ପଞ୍ଚାୟତର କଳାଶ୍ରୀ ଗୋପାଳ ପୁର୍, ଖଡଗପୁର, ଗଜେନ୍ଦ୍ର ପୁର ପ୍ରଭୃତି ଗ୍ରାମ ପରିକ୍ରମା କରିବା ସହ ଜନସାଧାରଣ ଙ୍କୁ ଭେଟି ସେମାନଙ୍କ ର ସମସ୍ଯା ସମାଧାନ କରିବାର ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଦକ୍ଷିଣ ଗୋପାଳପୁର ଠାରେ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ।