କରଞ୍ଜିଆ ଠାରେ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା କଂଗ୍ରେସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କରଞ୍ଜିଆ ଠାରେ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା କଂଗ୍ରେସ | କରଞ୍ଜିଆ ଠାରେ କଂଗ୍ରେସ ପକ୍ଷରୁ କଂଗ୍ରେସ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦି ଙ୍କ ଆକ୍ରୋଶ ମୂଳକ ନୀତି ବିରୋଧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଭୟଭୀତ ହୋଇ କଂଗ୍ରେସ ବିରୋଧ ରେ ଷଡଯନ୍ତ୍ର କରୁଛନ୍ତି ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ବିଜେପି ନେତୃତ୍ୱାଧୀନ କେନ୍ଦ୍ରକୁ ଆୟକର ବିଭାଗ, ଇଡି ଏବଂ ସିବିଆଇ ଭଳି ଅନୁଷ୍ଠାନକୁ ଗଣତନ୍ତ୍ରକୁ ବଦଳାଇବା ପାଇଁ ଅପବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । ଚଳିତ ନିର୍ବାଚନ ରେ କଂଗ୍ରେସ କିଭଳି ନିର୍ବାଚନ ରେ ସଠିକ ଭାବେ ନିର୍ବାଚନ ନଲଢୁ ସେଥି ନିମନ୍ତେ ରୀତିମତ ପ୍ରୟାସ ଜାରିରଖିଛି ବିଜେପି ଲୋକେ ଏହାର ଉଚିତ ଜବାବ ଦେବେ ଗଣତନ୍ତ୍ର ସହିତ ଖେଳ କୁ ଲୋକେ ଉଚିତ ଜବାବ ଦେବାସହିତ କଂଗ୍ରେସ କୁ ପୁଣି ଶାସନ କ୍ଷମତା କୁ ଫେରାଇ ଆଣିବେ ବୋଲି ନିଜ ବକ୍ତବ୍ୟ ରେ ଜିଲ୍ଲା ସଭାପତି ଭୁବନ ସାହୁ ପ୍ରକାଶ କରିଛନ୍ତି | ଶୁକ୍ରବାର ରାତିରେ ଆୟକର ବିଭାଗରୁ 1,800 କୋଟି ନୋଟିସ ପାଇବା ପରେ ଆଉ ଦୁଇଟି ନୋଟିସ ପାଇଛି।

ଯାହାକୁ ବିରୋଧ କରି ଜିଲ୍ଲା କଂଗ୍ରେସ ସଭାପତି ଭୁବନ ସାହୁ ଙ୍କ ସଭାପତିତ୍ୱ ରେ କରଞ୍ଜିଆ କେଚେରୀ ଛକ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି |ତେବେ କୁଶପୁତ୍ତଳିକା ଦାହ ସମୟରେ ଯୁବ ନେତା ଲକ୍ଷ୍ମୀଧର ସିଂ ତିଉ, ବରିଷ୍ଠ ନେତା ଶରତ ଚନ୍ଦ୍ର ନାଏକ, କରଞ୍ଜିଆ ନଗର ସଭାପତି ଲାଲନ ସିନ୍ହା, କରଞ୍ଜିଆ ବ୍ଲକ ସଭାପତି ନିର୍ମଳ ସେଠୀ, ରାଜୀବ ଗାନ୍ଧୀ ପାଞ୍ଚାୟତି ରାଜ ସଂଗଠନ ସଭାପତି ଧରଣୀଧର ମହାନ୍ତ,ରବି ସି, ଘନଶ୍ୟାମ ମହାନ୍ତ,ଗୋଲାପ ମଞ୍ଜରୀ ସରେନ, ନିର୍ବାଚନ ମଣ୍ଡଳୀ ସଂଯୋଜକ ଜାକିର ହୁସେନ ଙ୍କ ସମେତ ଅନେକ କାର୍ଯ୍ୟକର୍ତା ଓ କର୍ମୀ ଉପସ୍ଥିତ ଥିଲେ |

Comments are closed.