ଅଜଣା ଶିଶୁ କନ୍ୟା ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଜଣା ଶିଶୁ କନ୍ୟା ଉଦ୍ଧାର | ମଣିଷ ଯେତେ ଶିକ୍ଷିତ ହେଲେ ହେଁ ଆଜି ବି କନ୍ୟା ଶିଶୁ ପ୍ରତି ବିତୃଷ୍ନା ଭାବ ଲୋକମାନଙ୍କ ପାଖରୁ ଯାଇନାହିଁ | ଯାହାର ଜଳ୍ବନ୍ତ ଉଦାହରଣ ବାମନଘାଟୀ ଉପଖଣ୍ଡ ଜାମଦା ନିକଟବର୍ତ୍ତୀ ଗାଁ ରୁମାପାହାଡି ଗାଁ ରେ ଦେଖାଯାଇଛି |

ଏହି ଗାଁ ନାଳ ପାଖରେ ମାଟି, କାଠି, କୁଟା ସାହାଯ୍ୟରେ ପୋତା ହୋଇଥିବାର ସୂଚନା ମିଳିଥିଲା | ଗାଁ ଲୋକେ ଦ୍ବିପହର ସମୟରେ ୩ ମାସର ଶିଶୁ କନ୍ୟାର କ୍ରନ୍ଦନ ଶୁଣି ପ୍ରବଳ ଭିଡ କରି ଶିଶୁକୁ ଉଦ୍ଧାର କରିଥିଲେ | ତାପରେ ରୁମାପାହାଡି ସରପଞ୍ଚ ମାଳତୀ କିସ୍କୁ କୁ ଖବର ଦେଇଥିଲେ | ସରପଞ୍ଚ ଆସିବା ପରେ ଗାଁ ଆଶାକର୍ମୀ ସାବିତ୍ରୀ ଘୁଣୀ ଓ ଜାମଦା ଆଶାକର୍ମୀ ଫୁଲ ମୁର୍ମୁ ମଧ୍ୟ ସେଠାରେ ପହଞ୍ଚି ଥିଲେ |

ସେମାନଙ୍କ ସହାୟତାରେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା | ସେଠାରେ ଶିଶୁଟିର ପ୍ରାରମ୍ଭିକ ଚିକିତ୍ସା କରାଯାଉଅଛି | ଏ ସମ୍ପର୍କରେ ପୋଲିସରେ ମଧ୍ୟ ଖବର ଦିଆଯାଇଛି | କିନ୍ତୁ ଏ ଯାବତ୍ ଶିଶୁକନ୍ୟାର ପରିଚୟ ଜଣାପଡିନାହିଁ | ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଶିଶୁଟିର ଉଚିତ୍ ସେବା ଶୁଶୃଷା ଶିଶୁ ବିଶେଷଜ୍ଞ ଡାକ୍ତର କରୁଥିବାର ସୂଚନା ମିଳିଛି |

Leave A Reply

Your email address will not be published.