କରଞ୍ଜିଆରେ ତିନୋଟି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କରଞ୍ଜିଆରେ ତିନୋଟି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ | ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ନୁଆଁ ବଷ୍ଟାଣ୍ଡ ନିକଟରେ ଥିବା ତିନୋଟି ଦୋକାନ ରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ଜିନିଷ ପଡି ଯାଇଥିବା ଜଣା ପଡିଛି |

ତେବେ ସୂଚନା ଥାଉକି ଗତକାଲି ବିଳମ୍ବିତ ରାତିରେ କୌଣସି କାରଣ ରୁ ଅନିତା ସେଠୀ ଲେଡ଼ିଜ କର୍ଣ୍ଣର,ଗଣେଶ ପଟ୍ଟନାୟକ ଭେରାଇଟି ଷ୍ଟର,ଶରତ ଚନ୍ଦ୍ର ନାୟକ ଭେରାଇଟ ଷ୍ଟର ନାମକ ତିନୋଟି ଦୋକାନ ରେ ନିଆଁ ଲାଗି ଯାଇଥିଲା | ନିକଟରେ ଶୋଇଥିବା କିଛି ଲୋକ ଏହା ଦେଖିବା ପରେ ଦୋକାନ ମାଲିକ ମାନଙ୍କୁ ଜଣେଇଥିଲେ ଏବଂ କରଞ୍ଜିଆ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଥିଲେ |ହେଲେ ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ସବୁ କିଛି ପୋଡି ପାଉଁଶ ହୋଇ ଯାଇଥିଲା |

ଆଜି ସଖାଳେ କରଞ୍ଜିଆ ଥାନ ରେ ନିଆଁ ଲାଗିଥିବା ତିନୋଟି ଦୋକାନର ମାଲିକ ମାନେ ଯାଇ ଏକ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗ ପରେ କରଞ୍ଜିଆ ଥାନା ଅଧିକାରୀ ନିରଜ କୁମାର ମାଲିକ ଙ୍କ ନିର୍ଦେଶ କ୍ରମେ ସଦଳବଳେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଥିଲେ |ତେବେ ସୋଟସାର୍କିଟରୁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି | ଅନ୍ୟପଟେ ଦୋକାନୀ ମାନେ ଏହି ଦୋକାନ ରୁ ନିଜର ପରିବାର ପୋଷଣ କରୁଥିବାରୁ କିଛି ଅର୍ଥରାଶି ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି |

Leave A Reply

Your email address will not be published.