କରଞ୍ଜିଆ ଓକିଲ ସଂଘର ସଭାପତି ବାଞ୍ଛାନିଧି ପୃଷ୍ଟି ସାଧାରଣ ସମ୍ପାଦକ ହେଲେ ଦିବ୍ୟ ପ୍ରସାଦ ସାହୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କରଞ୍ଜିଆ ଓକିଲ ସଂଘର ସଭାପତି ବାଞ୍ଛାନିଧି ପୃଷ୍ଟି ସାଧାରଣ ସମ୍ପାଦକ ହେଲେ ଦିବ୍ୟ ପ୍ରସାଦ ସାହୁ | କରଞ୍ଜିଆ ଓକିଲ ସଙ୍ଘ ନିର୍ବାଚନର ଫଳାଫଳ ଆଜି ସାନ୍ଧ୍ୟରେ ଘୋଷିତ ହୋଇଥିଲା |ଯୋଉଥିରେ ସଙ୍ଘ ର ସଭାପତି ଭାବେ ବାଞ୍ଛାନିଧି ପୃଷ୍ଟି ଓ ସମ୍ପାଦକ ଭାବେ ଦିବ୍ୟ ପ୍ରସାଦ ସାହୁ ନିର୍ବାଚିତ ହୋଇଛଅନ୍ତି |

ତେବେ ଓଡ଼ିଶା ବାର ଆସୋସିଏସନ୍ ନିର୍ଦ୍ଦେଶ କ୍ରମେ କରଞ୍ଜିଆ ଓକିଲ ସଂଘ ନିର୍ବାଚନ ରେ ଆଜି କରଞ୍ଜିଆ କଚେରୀ ପରିସରରେ ଅନୁଷ୍ଠିତ ହୋଇଥିଲା |ଏଥିରେ ସମୁଦାୟ ୧୩୭ ଜଣ ଓକିଲ ନିର୍ବାଚନରେ ଭୋଟଦାନ କରିଥିଲେ । ଏହି ନିର୍ବାଚନରେ ସଭାପତି ପଦ ପାଇଁ ବାଞ୍ଛାନିଧି ପୃଷ୍ଟି, ସେହିପରି ସାଧାରଣ ସମ୍ପାଦକ ପାଇଁ ଦିବ୍ୟ ପ୍ରସାଦ ସାହୁ।

ଉପସଭାପତି ଭାବେ ପଙ୍କଜ ବାସିନୀ ମହାନ୍ତି ,ସହ ସମ୍ପାଦକ ସରୋଜ ରାଉଳ କୋଷାଧ୍ୟକ୍ଷ ଭାବେ ବାବୁରାମ ବେଶ୍ରା,କାର୍ଯ୍ୟକାରୀ ସଦସ୍ୟ ଭାବେ ଏମ ଡ଼ି ଫିରଜ୍, ଦୀପକ କୁମାର ପାତ୍ର, ପିପୁନ କୁମାର ସାହୂ, ଖଗେଶ ଚନ୍ଦ୍ର ମହନ୍ତ, ଜିତେନ୍ଦ୍ର କୁମାର ବାରିକ ଓ ମହିଳା ସଦସ୍ୟା ଭାବେ ସୁବର୍ଣ୍ଣ ଧୂଙ୍ଗିଆ ନିର୍ବାଚିତ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ଶ୍ରୀ କାଂହୁ ଚରଣ ଗିରି ପ୍ରକାଶ କରିଛନ୍ତି।କାର୍ଯ୍ୟକ୍ରମ ରେ ସୁଧୀର କୁମାର ସେଠି ଓ ଅନୁପମା କର ସହଯୋଗ ପ୍ରଦାନ କରିଥିଲେ।

Leave A Reply

Your email address will not be published.