ପଦ୍ମପୁରରେ ସମ୍ବିଧାନ ଦିବସ ପାଳିନ କଲା କଂଗ୍ରେସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସମ୍ବିଧାନ ଦିବସ ଉପଲକ୍ଷେ ପଦ୍ମପୁର ଠାରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳିତ ହେଲା । ପ୍ରଦେଶ କଂଗ୍ରେସ ସଭାପତି  ପଟ୍ଟନାୟକ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତିନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ମହିଳା କଂଗ୍ରେସ ସଭାପତି  ବନ୍ଦିତା ପରିଡ଼ା, ଜିଲ୍ଲା ସଭାପତି ନିହାର ମହାନନ୍ଦ, ନିପନ ଦାସ, ଯଜେ୍ଞଶ୍ୱର ବାବୁ, ସଂଜୟ ଭୋଇ ଓ ଅନ୍ୟାନ୍ୟ ନେତୃବର୍ଗ ସମ୍ବିଧାନର ପ୍ରଣେତା ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପଣ୍ଡିତ ନେହେରୁଙ୍କ ଫଟୋରେ ମାଲ୍ୟାର୍ପଣ କରିଥିଲେ ।  ଶରତ ପଟ୍ଟନାୟକ ଉପସ୍ଥିତ କଂଗ୍ରେସ ନେତୃବର୍ଗ ତଥା ଜନସାଧାରଣଙ୍କୁ ସମ୍ବୋଦ୍ଧିତ କରି କହିଥିଲେ ଯେ ଆମ ସମ୍ବିଧାନ ହେଉଛି ଏ ଦେଶର ଆତ୍ମା । ଭାରତୀୟ ମାନଙ୍କର ଜୀବନ ଧାରଣ ପାଇଁ ଜୀବନ ସଂହିତା । ସମ୍ବିଧାନକୁ ଦୁର୍ବଳ କରିବାପାଇଁ ଉଭୟ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ ଷଡ଼ଯନ୍ତ୍ର କରୁଛନ୍ତି ।

ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ଆଜି ମୋଦି ଓ ନବୀନ ପଟ୍ଟନାୟକଙ୍କ ଦ୍ୱାରା କବଳିତ । ସିବିଆଇ, ଇଡି ପ୍ରଭୃତି ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକୁ ଏବେ ଆଉ ନିରପେକ୍ଷ ନାହାନ୍ତି । କଂଗ୍ରେସ ମୋଦି ଓ ନବୀନ ଶାସନର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିରୋଧ କରିବାରୁ କଂଗ୍ରେସର ନେତୃମଣ୍ଡଳୀ ମୋଦି ଓ ନବୀନ ଶାସନର ଅତ୍ୟାଚାରରେ ସୀକାର ହେଉଛନ୍ତି । ସମ୍ବିଧାନ ଦୁର୍ବଳ ହେଲେ ଦେଶ ଦୁର୍ବଳ ହୋଇଯିବ । ଆମ୍ବେଦକରଙ୍କ ପ୍ରଣିତ ସମ୍ବିଧାନ ଦେଶରେ ସାର୍ବଭୌମ, ସମାନତା, ଧର୍ମନିରପେକ୍ଷତା ବଜାୟ ରଖିବା ପାଇଁ ଆଲୋକ ଦେଖାଇବା ସହ ଦେଶର ଅଖଣ୍ଡତା, ପ୍ରଗତି ଏବଂ ଅଭିବୃଦ୍ଧି ପାଇଁ ଅଭିପ୍ରେତ । ଦେଶକୁ ସୁରକ୍ଷିତ ରଖିବାପାଇଁ ଏମାନଙ୍କ କବଳରୁ ସମ୍ବିଧାନକୁ ବଂଚାଇବା କଂଗ୍ରେସ ଦଳର ପ୍ରଧାନ କର୍ତବ୍ୟ । ସମ୍ବିଧାନର ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପବଧ ହେବାପାଇଁ  ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଏହାପରେ ଏଠାରେ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ପଦ୍ମପୁର ମଣ୍ଡଳୀରେ ଉପନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ସମସ୍ତେ ମତଦାନ ଦେବା ସହ ଏ ନିର୍ବାଚନ ମଣ୍ଡଳୀର ସ୍ୱାର୍ଥ ସାଧଡ଼ ପାଇଁ ସଂପଳ୍ପବଦ୍ଧ ହୁଅନ୍ତୁ ।

ବିଜେଡ଼ି ଓ ବିଜେପି ଉପନିର୍ବାଚନରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଫସଲବୀମା ନେଇ ଯେଉଁ କୁମ୍ଭୀର କାନ୍ଦଣା କରୁଛନ୍ତି ଏହା ହାସ୍ୟାସ୍ପଦ । କେନ୍ଦ୍ର ଓ ରାଜ୍ୟରେ ଦୁଇ ଦଳ ସରକାରରେ ଥିବା ବେଳେ ଏବଂ ଏମାନଙ୍କର ଗୋଟିଏ ନୀତି ନିଷ୍ପତି ହୋଇଥିବା ବେଳେ ଚାଷୀର ସ୍ୱାର୍ଥ କିପରି ବଳିପଡ଼ିଲା ତାହା ଆଜି ପ୍ରଶ୍ନବାଚୀ । ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ଦାବି ବହୁ ପୂରୁଣା ହୋଇଥିଲେ ମଧ୍ୟ ଏବେ ନବୀନ ପଟ୍ଟନାୟକ ଉପନିର୍ବାଚନ ଆସିବାରୁ ଭୂଆଁ ବୁଲାଉଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନିମ୍ନ ପ୍ରତିଶ୍ରୁତି ଗୁଡିକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା ।

୧. ପଦ୍ମପୁର ସବଡିଭିଜନକୁ ଜିଲ୍ଲାର ମାନ୍ୟତା ପାଇଁ ସଂଗ୍ରାମ ଜାରି ରହିବ ।
୨. ପାଇକମାଳକୁ ବିଜ୍ଞାପିତ ଅଂଚଳ ପରିଷଦରେ ପରିଣତ କରାଇବା ପାଇଁ ଚେଷ୍ଟା ବଳବତର ରହିବ ।
୩. ମେଲଛାମୁଣ୍ଡା ଏବଂ ଲଖମରାକୁ ବ୍ଲକ କରିବାପାଇଁ ପ୍ରଚେଷ୍ଟା ଜାରି ରହିବ ।
୪. ଚାଷୀର ଧାନର ସର୍ବନିମ୍ନ ମୂଲ୍ୟ ୨୬୦୦ ଟଙ୍କା ଏବଂ ବୀମା ରାଶି ମିଳିବା ପାଇଁ ପୂର୍ଣ୍ଣ ସହଯୋଗ ଓ ଦୃଢ଼ ପ୍ରଚେଷ୍ଟା କରିବି ।
୫. ବରଗଡ଼-ନୂଆପଡ଼ା ନୂତନ ରେଳ ଲାଇନ ଭାୟା ପଦ୍ମପୁର ପାଇଁ ଦାବି ଜୋର କରାଯିବ ।
୬. ଲଖମରା ଠାରେ ଅଙ୍ଗନଦୀରେ ଏକ ବ୍ୟାରେଜ ନିର୍ମାଣ କରି ଉଭୟ ପାଶ୍ୱର୍ରେ ମେଗା ଲିପ୍ଟ ଦ୍ୱାରା ପଦ୍ମପୁର ସହରକୁ ପିଇବା ପାଣି ଓ ଜଳସେଚନ ସୁବିଧା କରାଯିବ ।
୭. ଦିପ୍ତୀପୁର ମିଶନ ଡାକ୍ତରଖାନାର ପୁନରୁଦ୍ଧାର ପାଇଁ ଚେଷ୍ଟା ଜାରି ରହିବ ।
୮. ଦେବଦରହାକୁ ରାଜ୍ୟସ୍ତରୀ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାପାଇଁ ଚେଷ୍ଟା କରିଯିବ ।
୯. ପଦ୍ମପୁର ଠାରେ ଏକ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯିବ ।
୧୦. ନିର୍ବାଚନ ମଣ୍ଡଳୀରେ ଏକ କୃଷି ମହାବିଦ୍ୟାଳୟର ସ୍ଥାପନ ପାଇଁ ପ୍ରଚେଷ୍ଟା କରାଯିବ ।
୧୧. ଝାରବନ୍ଧ ଠାରେ +୨ ଓ +୩ ବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବ ।
୧୨. ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଥିବା ସସ୍ତ ସରକାରୀ ଡାକ୍ତରଖାନାର ପଦପଦବୀ ପୂରଣ କରାଯିବ ।
୧୩. ନୃସିଂହନାଥ ତୀର୍ଥ କ୍ଷେତ୍ରକୁ ଜାତୀୟ ସ୍ତରର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ ପାଇଁ ଚେଷ୍ଟା ଜାରି ରହିବ ।

Leave A Reply

Your email address will not be published.