ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେଡିକୁ କାଉଣ୍ଟର ଆଟାକ କରିଛି କଂଗ୍ରେସ । ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ମହାନଦୀ ଉପରେ ଛତିଶଗଡ ବନ୍ଧ ବାନ୍ଧିବା ପ୍ରସଙ୍ଗରେ ପ୍ରଥମେ କଂଗ୍ରେସ ହିଁ ପ୍ରଶ୍ନ ଉଠାଇଥିଲା । ଏପରିିକି ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ତକ୍ରାଳୀନ ବିରୋଧୀ ଦଳ ନେତା ନରସିଂହ ମିଶ୍ର । କିନ୍ତୁ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିନଥିଲେ । ତେଣୁ ବାଧ୍ୟହୋଇ ନରସିଂହ ମିଶ୍ର ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଏହି ବୈଠକରେ ବିଜେଡିରୁ କେହି ଯୋଗ ଦେଲେନି । ଏବେ କଣ କହୁଛନ୍ତି କଂଗ୍ରେସ ପାଟି ଖୋଲିନି । ଯେତେବେଳେ ବିଧାନସଭାରେ ଏ ପ୍ରସଙ୍ଗ କଂଗ୍ରେସ ଉଠାଇଥିଲା ସେତେବେଳେ ତତ୍କାଳୀନ ଜଳସମ୍ପଦ ସଚିବ କହିଥିଲେ ଛତିଶଗଡ ଶହେ ବନ୍ଧ ବାନ୍ଧିଲେ ବି ଓଡିଶା ଉପରେ ପ୍ରଭାବ ପଡିବନି । କିନ୍ତୁ ଏବେ ସ୍ଥିତି କଣ ? ମହାନଦୀରେ ଖୁବଶୀଘ୍ର ଆଡିବନ୍ଧ ବାନ୍ଧିବାକୁ କହିଥିଲେ । କିନ୍ତୁ ଏଯାଏଁ ଗୋଟିଏ ଆଡିବନ୍ଧ ହେଲାଣି କି? ୨୨ ବର୍ଷ ଭିତରେ କେତୋଟି ଆଡିବନ୍ଧ ଏ ସରକାର କରିଛି ତାହାର ଉତ୍ତର ଦିଅନ୍ତୁ । କଂଗ୍ରେସ ଦଳ ସବୁବେଳେ ଏଥିପାଇଁ ବିଧାନସଭାରେ ପାଟି ଖୋଲିଛି । ବିଜେଡି ଓ ବିଜେପି ଏ ପ୍ରସଙ୍ଗରେ ସବୁବେଳେ ଡ୍ରାମା କରିଛନ୍ତି । ତାରାଙ୍କ ଏହି ପ୍ରତିକ୍ରିୟାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି।
ସୂଚନାଥାଉଯେ, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପିକୁ ଘେରିଥିଲା ବିଜେଡି । ମହାନଦୀ ବିବାଦ ପ୍ରସଙ୍ଗରେ ଉଭୟ ଦଳ ନୀରବଦ୍ରଷ୍ଟା ବୋଲି କହି ଟାର୍ଗେଟ ବିଜେଡ ପକ୍ଷରୁ କୁହାଯାଉଥିଲା । ଉଭୟ ଦଳ ପାଇଁ ମାଟି ନୁହେଁ ପାର୍ଟି ବଡ ବୋଲି ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଥିଲା । ଏହାସହ କଂଗ୍ରେସର ସରକାର ଛତିଶଗଡରେ ଥିବାରୁ ରାଜ୍ୟ କଂଗ୍ରେସ ଚୁପ୍ ରହୁଥିବା ନେଇ ସଙ୍ଗୀନ ଅଭିଯୋଗ ଆଣି ବ୍ୟାରେଜ ନିର୍ମାଣ ବନ୍ଦ ପାଇଁ ସ୍ୱର ଉତ୍ତୋଳନ କରନ୍ତୁ ବୋଲି କରିଥିଲା ବିଜେଡି । ତେବେ ବିଜେଡିର ଏଭଳି ଅଭିଯୋଗକୁ କାଉଣ୍ଟର କରିଛି କଂଗ୍ରେସ ।