ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।  ଏଥିପାଇଁ ଚଳଚଞ୍ଚଳ କଂଗ୍ରେସ କ୍ୟାମ୍ପ। କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱରରେ ପହଂଚି ସିଧାସଳଖ ବଲାଙ୍ଗିର ଯିବେ। ଆଜି ସକାଳ ୯ଟାରେ ରାହୁଲ ନୂଆଦିଲ୍ଲୀରୁ ବାହାରି ସାଢ଼େ ୧୧ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ଝାରସୁଗୁଡ଼ାରୁ ଚପରରେ ସେ ବଲାଙ୍ଗୀର ଯିବେ।

ରାହୁଲ ଗାନ୍ଧୀ ବଲାଙ୍ଗୀରର କୋଶଳ କଳମଣ୍ଡଳ ପଡ଼ିଆରେ ଆୟୋଜିତ ବିରାଟ ସମାବେଶରେ ଯୋଗଦେବେ। ଦିନ ୧୧ଟା ୪୫ରୁ ୧୨ଟା ୪୫ ମିନିଟ୍ ଯାଏ ବଲାଙ୍ଗୀରରେ ରାହୁଲଙ୍କ କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ଆଜି ରାହୁଲ। ତା ପରେ ତାଙ୍କର ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ନିର୍ବାଚନୀ ସଭା ଓ ବାଇକ ରାଲିରେ ସାମିଲ ହୋଇ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ବଲାଙ୍ଗିର ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ରାହୁଲ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି। ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆସନ୍ତା ୧୬ତାରିଖରେ ଓଡ଼ିଶା ଆସିବେ। ସେ ଫୁଲବାଣୀ ଯାଇ ସେଠାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଏହାପରେ ଭୁବନେଶ୍ୱର ଫେରି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.