ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଧାମନଗର ଉପନିର୍ବାଚନ ପାଇଁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଏଆଇସିସି ପକ୍ଷରୁ ଆଜି ତାଙ୍କ ନାଁ ଘୋଷଣା କରାଯାଇଛି । ଗତ ସାଧାରଣ ନିର୍ବାଚନରେ ବିଦ୍ୟାଧର ଜେନା ଏଠାରୁ କଂଗ୍ରେସର ପ୍ରାର୍ଥୀ ଥିଲେ । ଉପନିର୍ବାଚନ ଟିକେଟ ପାଇବାକୁ ମଧ୍ୟ ସେ ଆଗ୍ରହୀ ଥିଲେ । ମାତ୍ର ଦଳ ତାଙ୍କୁ ପୁନର୍ବାର ଭରସା କରିପାରିନାହିଁ ।
ବାବା ହରେକୃଷ୍ଣ ସେଠୀ ପେଶାରେ ଜଣେ ଆଇନଜୀବୀ । ଧାମନଗର କୋର୍ଟରେ କାର୍ଯ୍ୟ କରୁଛନ୍ତି । ଜଣେ ତୃଣମୂଳସ୍ତରର ସଂଗଠକ ଭାବେ ସେ ବେଶୀ ଜଣାଶୁଣା । ନିର୍ବାଚନମଣ୍ଡଳୀରେ ବିଭିନ୍ନ ସଂଗଠନ ସହ ସେ ସଂପୃକ୍ତ ଅଛନ୍ତି । ଗତ ପୌର ନିର୍ବାଚନରେ ତାଙ୍କର ପତ୍ନୀ ଧାମନଗର ଏନଏସିରୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଲଢ଼ିଥିଲେ ।
ଏହି ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟକାନ୍ତ ସୂରଜ । ବିଜେଡି ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇନାହିଁ ।