ଓଡ଼ିଆ ନ୍ୟୁଜ୍: ନିୟମିତ ହେବେ ଠିକା କର୍ମଚାରୀ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଅନେକ ବର୍ଷ ଧରି କମ କରୁଥିବା ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିଲା । ଆଉ ସରକାର ଏହାକୁ ଗୁରୁତର ସହ ନେବା ସହ ନିଷ୍ପତ୍ତି ଶୁଣାଇଛନ୍ତି । ଏନେଇ ବିଭାଗୀୟ ଅତିରିକ୍ତ ସଚିବ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମାରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଯାଞ୍ଚ କମିଟି ଗଠନ ହେବ । ଏଥିରେ ସାଧାରଣ ପ୍ରଶାସନ, ଜଳସମ୍ପଦ, ଆଇନ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ସଦସ୍ୟ ରହିବେ। ଉକ୍ତ କମିଟି ବିଭିନ୍ନ ବିଭାଗରେ ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟରତ କର୍ମଚାରୀଙ୍କ ନିୟମିତକରଣ ଲାଗି ସରକାରଙ୍କ ନୀତିଗତ ଢାଞ୍ଚା ଏବଂ ଆଇନଗତ ସ୍ଥିତିକୁ ପରୀକ୍ଷା କରିବ ।
ଉକ୍ତ କମିଟି ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ଏବଂ ହୋଇ ନ ଥିବା କେଉଁ ପଦବୀରେ, କେଉଁ ବିଭାଗରେ କେତେସଂଖ୍ୟକ ନିଯୁକ୍ତି ହୋଇଛି ଏବଂ ସେଥିମଧ୍ୟରେ କେତେସଂଖ୍ୟକ କେଉଁବର୍ଗର କର୍ମଚାରୀ ରହିଛନ୍ତି ତାହା ଯାଞ୍ଚ କରିବ। ଏହା ସହ ଠିକା ନିଯୁକ୍ତି ବେଳେ ସରକାରଙ୍କ ନିଯୁକ୍ତି ନିୟମ ଠିକ୍ ଭାବେ ବିଭାଗଗୁଡ଼ିକ କାର୍ଯ୍ୟକାରୀ କରିଛନ୍ତି କି ନାହିଁ ତାହା ମଧ୍ୟ ପରଖିବ।