ଦ୍ୱିତୀୟ ଲହରଠାରୁ ଆହୁରି ଭୟଙ୍କର ହେବ ତୃତୀୟ ଲହର, ଚିଠି ଲେଖି ସତର୍କ କଲେ ସ୍ୱାସ୍ଥ୍ୟ ସଚିବ

0

ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଥିବା ବେଳେ ଏବେଠାରୁ ସଂକ୍ରମଣ ବଢ଼ିବାରେ ଲାଗିଛି । ଲୋକଙ୍କ ମନରେ ଏହାକୁ ନେଇ ଭୟ ଜାଗ୍ରତ ଏହା ସହ ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରର ସତର୍କ ପରେ ସବୁ ଜିଲ୍ଲାପାଳଙ୍କୁ ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ । ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତ ରଖିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ତୃତୀୟ ଲହରରେ ଦେଢ଼ଗୁଣା ହୋଇପାରେ ଦୈନିକ ସଂକ୍ରମଣ । ଶୀର୍ଷ ଛୁଇଁବା ବେଳକୁ ଦିନକୁ ୧୯ ହଜାର ୨୭୮ ମାମଲା ଆସିପାରେ । ଦୈନିକ ହାରାହାରି ୧୦ ହଜାର ୨୧୭ ମାମଲା ଆସିବାର ସମ୍ଭାବନା ରହିଛି । ୭୫ ଦିନରେ ୭ ଲକ୍ଷ ୬୬ ହଜାର ୨୭୫ ଆକ୍ରାନ୍ତ ଚିହ୍ନଟ ହେବାର ଆକଳନ କରାଯାଇଛି । ୧ ଲକ୍ଷ ୭୬ ହଜାର ୨୪୩ ଜଣଙ୍କୁ ହସ୍ପିଟାଲ ଚିକିତ୍ସାର ଆବଶ୍ୟକତା ପଡ଼ିବ । ଏଥିରେ ୯୧ ହଜାର ୯୫୩ ଶିଶୁ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ସେମାନଙ୍କ ମଧ୍ୟରୁ ୪ ହଜାର ୫୯୮ ଶିଶୁ ଗୁରୁତର ହେବାର ସମ୍ଭାବନା ରହିଛି । ଫଳରେ ୨୨ ହଜାର ୯୮୮ ଆଇସିୟୁ ବେଡର ଆବଶ୍ୟକତା ପଡ଼ିପାରେ ଓ ୩୮ ହଜାର ୩୧୪ ଜେନେରାଲ ବେଡର ଆବଶ୍ୟକ ହୋଇପାରେ ।

Leave A Reply

Your email address will not be published.