ଆଜିର ମୁଖ୍ୟ ଖବର

0

୧-ଗୁରୁ ଦିବସ ପୂର୍ବରୁ ଗୁରୁଙ୍କୁ ଦିଆଯିବ କୋଭିଡ ଟିକା, ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର।

୨-ଏଣିକି ନିୟମ ଖିଲାପ କଲେ ଆଉ ବର୍ତ୍ତି ପାରିବେନି ଗାଡ଼ି ଚାଳକ । ପ୍ରଥମ ଥର ନିୟମ ଭାଙ୍ଗିଲେ ବି ବାତିଲ ହୋଇଯିବ ଲାଇସେନ୍ସ, ସବୁ ଆରଟିଓଙ୍କୁ ଚିଠି ଲେଖିଲେ ପରିବହନ କମିସନର ।

୩-ସେପ୍ଟେମ୍ବରରେ ବି ନବମ ଓ ଦଶମ ଶ୍ରେଣୀ ପାଇଁ ୟୁଟ୍ୟୁବରେ ଜାରି ରହିବ ପାଠପଢ଼ା।

୪-ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁଜନ କୁମାର ସାହୁ।

୫-କିସ୍‌ ବିଶ୍ୱବିଦ୍ୟାଳୟର ପାଳିତ ହେଲା ୪ର୍ଥ ପ୍ରତିଷ୍ଠା ଦିବସ,କିସ୍‌ ବିଶ୍ୱର ଏକ ଅନନ୍ୟ ଓ ଅଦ୍ୱିତୀୟ ଅନୁଷ୍ଠାନ।

୬-ଆଜିଠୁ JEE MAIN EXAM,୪୧ କେନ୍ଦ୍ରରେ ୨୬,୭୩୩ ଛାତ୍ରଛାତ୍ରୀ ଦେବେ ପରୀକ୍ଷା।

୭-ପୌର ନିର୍ବାଚନ ମାମଲା: ରାଜ୍ୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ।

୮-ଘୋଷଣା ହେଲା ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ, ଅମିତ୍‌ ରୋହିଦାସ ଶ୍ରେଷ୍ଠ ଖେଳାଳି।

୯-ଆତ୍ମଘୋଷିତ ବାବା ବିଜୟାନନ୍ଦ ଠକିଛନ୍ତି ଆଉ ୭୫ ଲକ୍ଷ ଟଙ୍କା, ୨ଟି ଆକାଉଣ୍ଟ ଫ୍ରିଜ୍ କଲା ଇଓଡବ୍ଲୁ।

୧୦-ଭାରତ ପାଇଁ ବିପଦ ବଢାଇପାରେ ତାଲିବାନ, ଜବାବ୍ ଦେବାକୁ ସେନା ପ୍ରସ୍ତୁତ:CDS

୧୧-ଅଦ୍ୟାବଧି ସର୍ବାଧିକ ୧୪ ପଏଣ୍ଟ ସହ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ତାଲିକା ଶୀର୍ଷରେ ଭାରତ।

Leave A Reply

Your email address will not be published.