ଓଡିଶାରୁ 15ଜଣଙ୍କୁ ମିଳିବ ସାହାସିକତା ପୁରସ୍କାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାତି ପାହିଲେ 75ତମ ଗଣତନ୍ତ୍ର ଦିବସ ପାଳିବେ ଦେଶବାସୀ । ଜାତୀୟ ସାହସିକତା ଏବଂ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କାର ଘୋଷଣା କରାଯାଇଛି । ପୋଲିସ, ଅଗ୍ନିଶମ ସେବା, ହୋମଗାର୍ଡ, ସିଭିଲ ଡିଫେନ୍ସ ଏବଂ ସୁଧାର ସେବା ବିଭାଗରେ ଦେଶରେ ମୋଟ 1132 ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବ । ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କ୍ଷେତ୍ରରେ ୨୭୭ ଜଣଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ।

ଏଥିମଧ୍ୟରେ ଓଡ଼ିଶାର ୧୫ ଜଣଙ୍କ ନାଁ ରହିଥିବା ଏମ୍‌ଏଚ୍‌ଏ ପକ୍ଷରୁ ସୂଚନା ଦିଆଯାଇଛି। ୨ ଜଣ ଏସ୍‌ଆଇ, ଜଣେ ହାବିଲଦାର, ୭ କମାଣ୍ଡୋ ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ଆଦି କ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଗୃହ ମନ୍ତ୍ରଣାଳୟ ପ୍ରକାଶ କରିଥିବା ସରକାରୀ ବିବୃତ୍ତି ଅନୁଯାୟୀ, ଚଳିତ ବର୍ଷ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ରାଷ୍ଟ୍ରପତି ସମ୍ମାନ ପ୍ରଦାନ କରାଯିବ।

2 ଜଣଙ୍କୁ ରାଷ୍ଟ୍ରପତି ବୀରତ୍ବ ପୁରସ୍କାର (PGM) ପୁରସ୍କାର ପ୍ରଦାନ କରାଯିବ ଓ 275 ଜଣଙ୍କୁ ବିରତ୍ବ ପୁରସ୍କାରରେ ସମ୍ମାନିତ କରାଯିବ । ସେମାନଙ୍କ ମଧ୍ୟରେ ସର୍ବାଧିକ 72 ଜଣ ଜମ୍ମୁ କାଶ୍ମୀର ପୋଲିସ କର୍ମଚାରୀ, ମହାରାଷ୍ଟ୍ରର 18 ଜଣ , ଛତିଶଗଡର 26 ଜଣ, ଝାରଖଣ୍ଡର 23 ଜଣ, ଓଡିଶାରୁ 15 ଜଣ, ଦିଲ୍ଲୀରୁ 8 ଜଣ, ସିଆରପିଏଫର 65 ଜଣ, ଏସଏସବି-ସିଏପିଓଫ ଓ ଅନ୍ୟାନ୍ୟ ରାଜ୍ୟ ଏବଂ କ୍ରେନ୍ଦ୍ର ଶାସିତ ଅଞ୍ଚଳର 21 ଜଣଙ୍କୁ ବୀରତ୍ବ ପୁରସ୍କାରରେ ସମ୍ମାନିତ କରାଯିବ ।

ସେହିପରି 102 ଜଣଙ୍କୁ ଶ୍ରେଷ୍ଠ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ସେଥି ମଧ୍ୟରୁ ପୋଲିସ ସେବା ପାଇଁ 94 ଜଣଙ୍କୁ, ଅଗ୍ନିଶମ ସେବା ପାଇଁ 4 ଜଣଙ୍କୁ , ସିଭିଲ ଡିଫେନ୍ସ ଏବଂ ହୋମ ଗାର୍ଡ ସେବା ପାଇଁ 4 ଜଣଙ୍କୁ ମେଡାଲ ପ୍ରଦାନ କରାଯିବ। ସମ୍ମାନଜନକ ସେବା ପାଇଁ 753 ଜଣଙ୍କୁ ପଦକ ପ୍ରଦାନ କରାଯିବ । ସେଥି ମଧ୍ୟରୁ ମଧ୍ୟରୁ 667 ଟି ପୋଲିସ ସେବାକୁ, 32 ଟି ଅଗ୍ନିଶମ ସେବାକୁ, 27 ଟି ସିଭିଲ ଡିଫେନ୍ସ ଆଣ୍ଡ ହୋମ ଗାର୍ଡ ସେବାକୁ ଏବଂ 27 ଟି ସୁଧାର ସେବାକୁ ପ୍ରଦାନ କରାଯିବ ।

Leave A Reply

Your email address will not be published.