ଆରମ୍ଭ ହେବ ଡ୍ରୋନ୍ ସ୍ୱାସ୍ଥ୍ୟସେବା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆରମ୍ଭ ହେବ ଡ୍ରୋନ୍ ସ୍ୱାସ୍ଥ୍ୟସେବା। ଭୁବନେଶ୍ଵର ଏମ୍ସରେ ଆରମ୍ଭ ହେବ ଡ୍ରୋନ୍ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଜରୁରୀ ସ୍ଥିତିରେ ଲୋକଙ୍କ ପାଖେ ଔଷଧ, ଟେଷ୍ଟିଂ କିଟ୍ ଓ ଅନ୍ୟ ସ୍ୱାସ୍ଥ୍ୟ ଉପକରଣ ପହଞ୍ଚାଇବ ଡ୍ରୋନ୍। ମଙ୍ଗଳବାର ଏଠାରେ ପ୍ରଥମଥର ପାଇଁ ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ପରୀକ୍ଷଣ କରାଯାଇଛି। ଏଥିରେ ଡ୍ରୋନ୍ ବ୍ୟବବହାର କରି ଅପହଞ୍ଚ ଅଞ୍ଚଳରେ ଲୋକମାନଙ୍କୁ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯାଇ ପାରିବ। ଏନେଇ ଏମ୍ସ ଭୁବନେଶ୍ଵରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି।

ଟ୍ରାଏଲ ରନ୍ ସରିଥିବାବେଳେ ଆଜିଠୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ ଏହି ସେବା। ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ, ପାହାଡ଼ିଆ ଅଞ୍ଚଳ ଓ ଟ୍ରାଫିକ୍ ସମସ୍ୟା ଦେଖାଦେଉଥିବା ସ୍ଥାନକୁ ଏ ଡ୍ରୋନ୍ ସ୍ୱାସ୍ଥ୍ୟସେବା ପହଞ୍ଚାଇବ। ଥରକେ ୨ରୁ ୫ କିଲୋଗ୍ରାମ ସାମଗ୍ରୀ ପରିବହନ କରି ୧୦୦ କିଲୋମିଟର ଦୂର ଯାଏଁ ଯାଇପାରିବ।

ସାଟେଲାଇଟ୍ ଜିପିଏସ୍ ଦ୍ୱାରା ପରିଚାଳିତ ଏହି ଡ୍ରୋନକୁ ଲାଇଭ୍ ଟ୍ରାକ୍ କରାଯାଇପାରିବ। ମଙ୍ଗଳବାର ଦିନ ଟ୍ରାଏଲରନ୍ ବେଳେ ଏମ୍ସ ଠାରୁ ପ୍ରାୟ ୮୦ କିଲୋମିଟର ଦୂର ଟାଙ୍ଗୀ ଆଉଟରିଚ୍ ସେଣ୍ଟରକୁ ମାତ୍ର ୩୭ ମିନିଟରେ ବ୍ଲଡ ସାଂପଲ ପହଂଚାଇଥିଲା ଡ୍ରୋନ୍।

Leave A Reply

Your email address will not be published.