ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର ଉଦଯାପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କୋରାପୁଟ ଜିଲ୍ଲା ବୈପାରିଗୁଡା ସ୍ଥାନୀୟ ସହିଦ୍ ଲକ୍ଷ୍ମଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶାବାର ଶ୍ରୀକ୍ଷେତ୍ର କୋରାପୁଟ ସାହିତ୍ୟିକ ଐତିହାସିକ ସ୍ତମ୍ଭକାର ନିଳାଦ୍ରୀ ପ୍ରସାଦ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସେବକ ଜଗନ୍ନାଥ ପଟ୍ଟନାୟକ ଏବଂ ବିଶିଷ୍ଠ କବି ନିହାର ରଂଜନ ରାଉତରାୟ ଯୋଗଦେଇ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ତାତ୍ପର୍ଯ୍ୟ ଏବଂ ଜଗନ୍ନାଥ ସଂସ୍କୃତିର ମହାନତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ଗତ ତା-୧୬ ରିଖ ଠାରୁ ଆରମ୍ଭ ହୋଇ ଆଜି ତା-୨୪ ଖରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀରେ ଓଡ଼ିଆ ଜଗନ୍ନାଥ ଭଜନ,ବକ୍ତୃତା,ସୁନ୍ଦର ହସ୍ତାକ୍ଷର,ପ୍ରବନ୍ଧ ରଚନା, ବ୍ୟାକରଣ, ସାଧାରଣ ଜ୍ଞାନ, କୁଇଜ୍, କବିତା ଆବୃତ୍ତି, କବିତା ଲିଖନ,କ୍ଷୁଦ୍ର ଗଳ୍ପରଚନା, ଏବଂ ଏକ ବା ଦଳଗତ ଲୋକନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଏବଂ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା।

ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଚେତନାର ଦାୟିତ୍ବ ନିର୍ବାହୀ ଅଧିକାରୀ ଡ. ସଦାନନ୍ଦ ଆଚାରୀ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମକୁ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ତତ୍ ସହିତ ଆଜି ଜାତୀୟ କନ୍ୟା ଦିବସ ଅବସରରେ ଉଚ୍ଚ ବିଦ୍ୟାଳୟର ପକ୍ଷରୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ତିନି ଜଣ ଛାତ୍ରୀଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.