ଜଗା ପ୍ରଧାନଙ୍କୁ ଜାମିନ

0

ଓଡ଼ିଆ ନ୍ୟୁଜ୍: ଜଗା ପ୍ରଧାନଙ୍କୁ ଜାମିନ। ଜାମିନ ଦେଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍।୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ।BMC ଅଧିକାରୀଙ୍କୁ ମାଡ଼ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥଝାରପଡ଼ା ଜେଲ୍‌ରୁ ମୁକୁଳିଲେ ଜଗନ୍ନାଥ ପ୍ରଧାନ। BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ । ଜେଲ୍‌ରୁ ବାହାରୁ ବାହାରୁ ସ୍ବାଗତ କରିବାକୁ ଶୁଭେଚ୍ଛୁଙ୍କ ଲମ୍ବା ଲାଇନ୍‌। ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ପହଞ୍ଚିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ,ଭୁବନେଶ୍ୱର ମହାନଗର ନିଗମ (BMC) ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନୂତନ ସଂହିତା (BNS) ଅଧୀନରେ ୧୧ଟି ଧାରା ଯଥା ୩୩୩, ୧୩୨, ୧୨୧(୧), ୧୨୧(୨), ୩୫୧(୨), ୬୨, ୩୦୪, ୫୪, ୬୧(୨), ୧୮୯(୨), ଓ ୧୯୦/୩(୫) ଅନୁଯାୟୀ ଅଭିଯୋଗ ରୁଜୁ ହୋଇଥିଲା।

Leave A Reply

Your email address will not be published.