ସମ୍ପର୍କୀୟ ପୁତୁରା ର କୋଦାଳ ଚୋଟରେ ଖୁଡି – କକା ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସମ୍ପର୍କୀୟ ପୁତୁରା ର କୋଦାଳ ଚୋଟରେ ଖୁଡି – କକା ଗୁରୁତର | ବାଡ଼ିରେ କୁକୁଡ଼ା ପଶିବା ଘଟଣା କୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ବଚସା ପରେ ସମ୍ପର୍କୀୟ ପୁତୁରା ର କୋଦାଳ ଚୋଟରେ ଖୁଡିଓ କକା ଉଭୟ ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି।

ଘସିପୁରା ଥାନା ମିରିଗିମୁଣ୍ଡି ଗାଁର କୁଳମଣି ପରିଡା ଙ୍କ କୁକୁଡ଼ା ପଡିଶା ବରଜୁ ପରିଡା ଙ୍କ ବାଡ଼ିରେ ପଶିବାକୁ ନେଇ ଉଭୟ ପରିବାର ଭିତରେ ବଚସା ହୋଇଥିଲା |ତେବେ ଆଜି ବରଜୁ ଙ୍କ ପୁଅ ରାଜେନ୍ଦ୍ର ଓ ତାଙ୍କ ସ୍ତ୍ରୀ ମିନୁ ଘଟଣା ରେ ଉତକ୍ଷିପ୍ତ ହୋଇ ଉଭୟ କୁଳମଣି ଓ ତାଙ୍କ ସ୍ତ୍ରୀ କୁମୁଦୁନି ଙ୍କୁ ଏକ କୋଦାଳ ରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିଲେ |

କରିବା ପରେ କୁଳମଣି ଙ୍କ ପରିବାର ଉଭୟ ଙ୍କୁ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି। ଖବରପାଇ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.