ହାରିଗଲେ ମନ ଭାଙ୍ଗିବ ନାହିଁ କହିଲେ ଦୂତୀ ଚାନ୍ଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହାରିଗଲେ ମନ ଭାଙ୍ଗିବ ନାହିଁ କହିଲେ ଦୂତୀ ଚାନ୍ଦ| ମହାବୀର କ୍ଳବ୍ ବେତଡା କୁ ହରାଇ ରିଙ୍କୁ ଇଲେଭେନ୍ ସୋରୋ ଚମ୍ପିୟାନ | ବାସୁଦେବପୁର ଉଜ୍ଜଳ ଶିଖା କ୍ଳବ୍ ପକ୍ଷ ରୁ କିଷ୍ମତ କୃଷ୍ଣପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଉଦଯାପନୀ କ୍ରିକେଟ ମ୍ୟାଚ୍।

ଉଦ୍ ଜାପାନୀ ଉତ୍ସବ ରେ ଧାବିକା ଦୂତୀ ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଅନ୍ୟତମ ଅତିଥି ଭାବେ ସମାଜସେବୀ ତଥା ଯୁବ ନେତା ବାଣୀ କଲ୍ୟାଣ ମହାନ୍ତି ଯୋଗ ଦେଇଥିଲେ। ବାସୁଦେବପୁର ମାତାଜି ମଠ ଛକ ରୁ ଏକ ମଟର ସାଇକେଲ ଶୋଭାଯାତ୍ରା ରେ ଖେଳ ପଡିଆ ଯାଏଁ କ୍ଳବ୍ ର ସଦସ୍ୟ ଓ ବାଣୀ କଲ୍ୟାଣ ଙ୍କ ସମର୍ଥକ ମାନେ ନେଇ ଯାଇଥିଲେ। ଅନୁଷ୍ଠିତ ଫାଇନାଲ ଖେଳ ରେ ମହାବୀର କ୍ଳବ୍ କୁ ହରାଇ ରିଙ୍କୁ ଇଲେଭେନ ଚମ୍ପିୟାନ ହୋଇଥିଲା। ବିଜୟୀ ଓ ରନସ ଅପ୍ ଦଳ କୁ ଅତିଥି ମାନେ ଟ୍ରଫି ପ୍ରଦାନ କରିଥିଲେ। ବିକାଶ ଦେଶ ମୁଖ ମ୍ୟାନ ଅଫ ଦି ମ୍ୟାଚ୍ଓ ସତ୍ୟ ନାରାୟଣ ମଲ୍ଲିକ କୁ ମ୍ୟାନ ଅଫ ଦି ସିରିଜ ଘୋଷଣା କରାଯାଇଛି।

ଅନୁଷ୍ଠିତ  ସଭା କାର୍ଯ୍ୟ କର୍ମ ରେ ଦୂତି ଚାନ୍ଦ ଓ ବାଣୀ କଲ୍ୟାଣ ମହାନ୍ତି ଙ୍କ ସହ ଅନ୍ୟ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ମାଧବ ରାଉତ, ସମାଜସେବୀ ବିଜୟ ଘଡାଇ, ପୂର୍ବତନ ସରପଂଚ ରାଜା କିଶୋର ନାୟକ, ଭଦ୍ରକ ର ପୂର୍ବତନ କ୍ରୀଡା ନିର୍ଦ୍ଦେଶକ ଉପସ୍ଥିତ ଥିଲେ। କ୍ଳବ୍ ର ସଭାପତି ରଜତ କୁମାର ରାଉତ ଓ ସମ୍ପାଦକ ନିର୍ମଳ ବେହେରା ଙ୍କ ସହସମସ୍ତ କ୍ଳବ୍ ସଦସ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.