ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ । ବାସୁଦେବପୁର  ସ୍ଥାନୀୟ ବାଗଦା ଦାଶ ସାହି ପ୍ରାଥମିକ ବିଦ୍ୟାଳୟ, ବିନାୟକପୁର ଠାରେ ସରକାରୀ ଶିକ୍ଷକ ରମାକାନ୍ତ ସାହୁ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି।

ଅନୁଷ୍ଟିତ ସଭା କାର୍ଯ୍ୟ କର୍ମ ରେ ସଭାପତି ନବକିଶୋର ପଣ୍ଡା ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବୃନ୍ଦାବନ ବେହେରା, ଗୀତିକାର ପିତାମ୍ବର ମିଶ୍ର, ସମ୍ମାନିତ ଅତିଥି ଭାବେ ବିଜୟ କୁମାର ପଣ୍ଡା, ସମାଜସେବୀ ଅବସର ପ୍ରାପ୍ତ ଭଗବାନ ମିଶ୍ର, ସମାଜସେବୀ ପ୍ରଭାକର ଡାଙ୍ଗୁଆ , ପ୍ରଫୁଲ୍ଲ ଦାସ, ପରିଚାଳନା କମିଟି ର ସଭାପତି ଅଜୟ କୁମାର ଷଡଙ୍ଗୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଅତିଥି ପରିଚୟ ସଞ୍ଜୟ କୁମାର ଜେନା ଦେଇଥିଲେ। ମଞ୍ଚାସିନ ଅତିଥି ମାନେଶିକ୍ଷକ ରମାକାନ୍ତ ସାହୁ ଙ୍କ ବିଷୟ ରେ ଅନେକ ମୂଲ୍ୟବାନ କଥା ଆଲୋଚନା କରିଥିଲେ। ଶେଷ ରେ ଏକ ଶୋଭାଯାତ୍ରା କରି ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଭିଭାବକ ମାନେ ଶିକ୍ଷକ ରମାକାନ୍ତ ସାହୁ ଙ୍କୁ ତାଙ୍କ ଘରେ ଛାଡ଼ି ଆସିଥିଲେ।

Leave A Reply

Your email address will not be published.