ଚର୍ଚ୍ଚାରେ ଚାଷୀ ଶ୍ୟାମସୁନ୍ଦର 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବରକୋଳି କଥା କହିଲେ ପାଟିରୁ ଲାଳ ଗଡେ l ବିଶେଷକରି ଏହି ସମୟରେ ବରକୋଳି ରାଜ୍ୟ ତଥା ରାଜ୍ୟ ବାହାରୁ ବଜାରକୁ ବିଭିନ୍ନ କିସମର ବରକୋଳି ଆସେ l କିନ୍ତୁ ଏବେ ସାଲେପୁର ମାଟିରେ ବିଭିନ୍ନ କିସମର ବରକୋଳି ଫଳୁଛି l ବରକୋଳି ଚାଷ କରି ବେଶ ଚର୍ଚ୍ଚାରେ ଶ୍ୟାମସୁନ୍ଦର l ସେ ତାଙ୍କର ତିନ ଏକର ରୁ ଉର୍ଦ୍ଧ ଜମିରେ ବିଭିନ୍ନ ପ୍ରକାର କଲିକତି ବରକୋଳି ଚାଷ କରି ବେଶ ଭଲ ଦୁଇପଇସା ରୋଜଗାର କରୁଛନ୍ତି |

ସାଲେପୁର ବ୍ଲକ ଅତୋଡ଼ା ଗ୍ରାମର ଶ୍ୟାମସୁନ୍ଦର ସ୍ୱାଇଁ l କ୍ଷେତରେ ହସୁଛି ପେନ୍ଥା ପେନ୍ଥା ହଳଦୀ ଗୁରୁ ବରକୋଳି l ଶ୍ୟାମସୁନ୍ଦର ଦୁଈ ବର୍ଷ ହେବ କଲିକତା ରୁ ବରକୋଳି ଚାରା ଆଣି ତାକୁ ନିଜ କ୍ଷେତରେ ଲଗାଇ ଗଛ ଗୁଡିକର ସଠିକ ଭାବେ ଯତ୍ନ ନେଲା ପରେ ଏବେ ସେଥିରୁ ବରକୋଳି ଫଳୁଛି l ଗୋଟିଏ ଗଛରୁ ପୂର୍ବ ବର୍ଷ ୧୦-୨୦ କିଲୋ ବରକୋଳି ଫଳୁଥିବା ବେଳେ ଚଳିତ ବର୍ଷ ଗଛକୁ ଦୁଈ ବର୍ଷ ହୋଇଥିବରୁ ଗୋଟିଏ ଗଛରୁ ପ୍ରାୟ ୪୦-୫୦ କିଲୋ ଫଳୁଥିବା କଥା କହିବା ସହ ଦିନକୁ ୩-୪ କୁଇଣ୍ଟାଲ ବରକୋଳି ବିକ୍ରୟ କରୁଛନ୍ତି ବୋଲି କହିଛନ୍ତି ଚାଷୀ ଶ୍ୟାମସୁନ୍ଦର ସ୍ୱାଇଁ l

ଗଛ ଗୁଡିକର ରକ୍ଷଣ ବେକ୍ଷଣା ପାଇଁ ଶ୍ୟାମସୁନ୍ଦର ଛଅ ଜଣ ଲୋକଙ୍କ କାର୍ଯ୍ୟରେ ନିୟୋଜିତ କରିଛନ୍ତି l ମାଙ୍କଡ଼ ଓ ଜଙ୍ଗଲୀ ବାରହା ମାନେ ଆସି ତାଙ୍କର ଫସଲ କୁ କିଛି ମାତ୍ରାରେ ନଷ୍ଟ କରିଦେଉଛନ୍ତି l ଏଥି ପ୍ରତି ବନବିଭାଗ ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି l

Leave A Reply

Your email address will not be published.