ଦୈତାରି ପଣ୍ଡାଙ୍କ ବିରୋଧ ଜଳେଶ୍ଵର ଥାନାରେ ଅଭିଯୋଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀ ରାମ ସେନା ପକ୍ଷରୁ ଯାତ୍ରା କଳାକାର ଦୈତାରି ପଣ୍ଡାଙ୍କ ବିରୋଧ ଜଳେଶ୍ଵର ଥାନା ରେ ଅଭିଯୋଗ। ସୂଚନା ଅନୁସାରେ ଯାତ୍ରା କଳାକାର ବିଜୁଜନତା ଦଳ ରେ ମିଶିବା ପରେ ମୁଖ୍ୟମନ୍ତ୍ରୀ ଙ୍କୁ ମହାପ୍ରଭୁ ଜଗନ୍ନାଥ ଙ୍କସହ ତୁଳନା କରିଥିଲେ।

ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ କୋଠାର ଘାତ ହୋଇଛି। ସାରା ଓଡ଼ିଶାରେ ଉକ୍ତ ମନ୍ତଵ୍ଯ କୁ ନେଇ ବିରୋଧ ହେବା ପରେ ସୋସିଆଲ ମିଡ଼ିଆ ରେ ଦୈତାରୀ ପଣ୍ଡା ନିଜର ଭୁଲ ସ୍ବୀକାର କରିଛନ୍ତି। କିନ୍ତୁ ଏହି ଭଳି ଭୁଲକୁ ସହଜରେ ଗ୍ରହଣ କରିପାରି ନାହାନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ।

ତେଣୁ ତାଙ୍କର ଗିରଫ ସହ ପୂରୀ ଜଗନ୍ନାଥ ମନ୍ଦିର ରେ ହିନ୍ଦୁ ଶାସ୍ତ୍ରୀୟ ପରମ୍ପରା ଅନୁଯାଇ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ଶ୍ରୀରାମ ସେନା। ଆଜି ଦିନ ଦଶଟା ସମୟରେ ଜଳେଶ୍ଵର ଶ୍ରୀ ରାମ ସେନା ପଖ୍ଯରୁ ଜଳେଶ୍ଵର ଥାନା ରେ ଏତଲା ଦିଆଯିବା ସହିତ ତୁରନ୍ତ ଗିରଫ ଦାବି କରିଛି।

Leave A Reply

Your email address will not be published.