ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ମୂରଲୀ କଲ୍ୟାଣ ମଣ୍ଡପ ରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ମାନଙ୍କ ବିନା ହସ୍ତକ୍ଷେପ ରେ କୈ।ଣସି କାର୍ଯ୍ୟ ଅସମ୍ଭବ।କୋଠାବାଡ଼ି, ରାସ୍ତା, ପୋଲ, ମନ୍ଦିର, ମସଜିଦ, ଦୋକାନ , ଖେଳଣା ତିଆରି ସମସ୍ତ ସ୍ଥାନ ଶ୍ରମିକ ମାନଙ୍କ ଦ୍ବାରା ସମ୍ଭବପର ହୋଇଛି।

ତେଣୁ ସରକାର ନିର୍ମାଣ ଶ୍ରମିକ ମାନଙ୍କୁ ଅଧିକ ଗୁରୁତ୍ୱ ଦେଇଥିବା କହିଛନ୍ତି ଅତିଥି ବୃନ୍ଦ। ଶ୍ରମିକ ମାନଙ୍କ ପାଇଁ ସରକାର ଦୁର୍ଘଟଣା, ବିବାହ, ପିଲାମାନଙ୍କର ପାଠ ପଢା, ଘର ତିଆରି, ମେଡିକାଲ ପ୍ରଭୃତି ସହାୟତା ପ୍ରଦାନ କରୁଛନ୍ତି। ତେବେ କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ସହାୟତା ବଣ୍ଟନ ଶିବିର ରେ ଅତିରିକ୍ତ ଲେବର ଅଧିକାରୀ ଦେବାଶିଷ ଜେନା ଙ୍କ ସଭାପତିତ୍ବ ରେ ଅତିରିକ୍ତ ଲେବର ଅଧିକାରୀ ସ୍ମୃତିରେଖା ମଲ୍ଲିକ, ଜିଲ୍ଲା ଶ୍ରମ ଅଧିକାରୀ ଶିବନାରାୟଣ ସାହୁ, ବ୍ଲକ ଉପାଧ୍ୟକ୍ଷ ସଞ୍ଚିତା ସେନାପତି, ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ମ୍ଯୂନସିପାଲଟି ଅଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ, ଉପାଧ୍ଯଖ୍ଯା ପୁଷ୍ପପ୍ରିୟା କାମିଳା, ଜିଲ୍ଲାପରିଷଦ ଉପାଧ୍ଯଖ୍ଯା ଅନୁସୟା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ |

ବ୍ଲକ ଏବଂ ମ୍ଯୂନସିପାଲଟି ର ୪୮୩ ଜଣ ହିତାଧିକାରୀଙ୍କୁ ଦୁଇ କୋଟି ଅଠସ୍ତରୀ ଲକ୍ଷ ସଢଚାଳିଶ ହଜାର ଟଙ୍କା ଶିଖ୍ଯା, ବିବାହ,ପ୍ରସୁତି, ମୃତ୍ୟୁ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ସହାୟତା ପ୍ରଦାନ କରାଯାଇଛି। ତେବେ ଉକ୍ତ ପଞ୍ଜିକୃତ ହିତାଧିକାରୀ ମାନଙ୍କ ଅର୍ଥ ସମସ୍ତଙ୍କ ଏକାଉଣ୍ଟ୍ କୁ ପ୍ରଦାନ କରାଯିବ ବୋଲି ଅଧିକାରୀ ମାନେ କହିଛନ୍ତି।

Leave A Reply

Your email address will not be published.