୨୨ ଚୋରା ବାଇକ ଜବତ, ନକଲି ସାମ୍ବାଦିକ ମାଷ୍ଟର ମାଇଣ୍ଡ ସହ ୩ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୩ ବାଇକ ଲୁଟେରା ଗିରଫ। ପୋଲିସ କୁ ବଡ ସଫଳତା।୨୨ ଚୋରା ବାଇକ ଜବତ କଲା ପୋଲିସ।ପ୍ରେସମିଟ କରି ସୂଚନା ଦେଲେ ବାଲେଶ୍ୱର ଏସ୍ ପି।ଜଣେ ସାମ୍ବାଦିକ ରାକେଟର ମାଷ୍ଟରମାଇଣ୍ଡ।

ବାଲେଶ୍ୱର ଜିଲ୍ଲା ଓଉପଦା ବ୍ଲକ ବଡପୋଖରୀ ଅଞ୍ଚଳରୁ ଓଉପଦା ପୋଲିସ ୧୬ଟି ସ୍କୁଟି ଓ ୬ ଟି ବାଇକ ମୋଟ ୨୨ଟି ଚୋରା ଦୁଇଚକିଆ ଯାନ ଜବଦ କରିବା ସହ ୩ ଜଣଙ୍କୁ ଗିରଫ କରି ଏକ ବଡ଼ ସଫଳତା ପାଇଥିବା ଜଣାଯାଇଛି।ଗିରଫ ତିନିଜଣଙ୍କ ମଧ୍ୟରେ ଏକ webମିଡିଆ ର ସାମ୍ବାଦିକ ମାଷ୍ଟର ମାଇଣ୍ଡ ରହିଥିବା ସୂଚନା। ଆନନ୍ଦ ପାଲ ନାମକ ଏହି ସାମ୍ବାଦିକଙ୍କ ସହ ଦୁଇ ସହଯୋଗୀ କେସ୍ ନଂ ୨୦/୨୪ ମୂଳେ ଗିରଫ କରାଯାଇଥିବା ବେଳେ ମାଷ୍ଟର ମାଇଣ୍ଡ ଆନନ୍ଦ ପାଲ ବାଇକ ରେ ପ୍ରେସ ଲେଖି ଚଳାଇ ଥିଲେ ଚୋରି କରିବାର କଳା ସାମ୍ରାଜ୍ୟ ।

ବଡ଼ପୋଖରୀ ଗ୍ରାମର ଶଶୀକାନ୍ତ ବେହେରାଙ୍କ ଘର ସମ୍ମୁଖରେ ୧୩ ସ୍କୁଟି ଓ ବାଇକ ରଖାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ପହଁଚି ବାଇକ ଓ ସ୍କୁଟି କୁ ଜବଦ କରି ତନାଘନା ପରେ ପୋଲିସ ଏ ରାକେଟ ର ଫର୍ଦ୍ଦାଫାସ କରିଛି । ମୁଖ୍ୟଅଭିଯୁକ୍ତ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳ ର ଆନନ୍ଦ ପାଲ ନାଁରେ ବାରିପଦା ଲାଲବାଗ ଓ ସିଂଗଲା ଥାନା ରେ ରହିଛି ଅନେକ ମାମଲା।ଅଭିଯୁକ୍ତ ଆନନ୍ଦ ପାଲ ଠାରୁ ସାମ୍ବାଦିକ ଆଇ କାର୍ଡ, ଲାପଟପ,ପେନ୍ ଡ୍ରାଇଭ, ନଗଦ ଟଙ୍କା ଜବଦ ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରୀ ରଖିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲେଶ୍ୱର ଏସ୍ ପି ସାଗରିକା ନାଥ।

Leave A Reply

Your email address will not be published.