ରାସ୍ତା କଡ ବଣରୁ ନରକଙ୍କାଳ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାସ୍ତା କଡ ବଣରୁ ନରକଙ୍କାଳ ଉଦ୍ଧାର। ଭଦ୍ରକ ଜିଲ୍ଲା ଭଦ୍ରକ ଚାନ୍ଦବାଲି ରାସ୍ତାର ଆରଏମସି ମାର୍କେଟ କମ୍ପ୍ଲେକ୍ସ ନିକଟସ୍ଥ ଵଣରୁ ଏକ ନରକଙ୍କାଳ ଉଦ୍ଧାର କରିଛି ଭଦ୍ରକ ପୁରୁଣା ବଜାର ପୋଲିସ।

ସୂଚନା ଅନୁସାରେ ଆଜି ସକାଳୁ କିଛି ଲୋକ ଆର ଏମ ସି କମ୍ପ୍ଲେକ୍ସ ନିକଟ ଵଣକୁ ସଫା କରୁଥିବା ବେଳେ ସେଠାରେ ଏକ ନରକଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଘଟଣା ସ୍ଥଳରେ ପୁରୁଣା ବଜାର ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରି ଘଟଣାସ୍ଥଳରୁ ଉଦ୍ଧାର ନରକଙ୍କାଳ ନିକଟରୁ ଗୋଟିଏ ବ୍ୟାଗ, ପ୍ୟାଣ୍ଟ ସାର୍ଟ ଓ ଚପଲ ମଧ୍ୟ ଉଦ୍ଧାର କରିଛି ତଦନ୍ତକାରୀ ଟିମ୍।

ନରକଙ୍କାଳ ପଡିଥିବା ସ୍ଥାନ ନିକଟ ଏକ ଗଛରେ ଏକ ଦଉଡି ଲାଗିଥିବାର ଦେଖିବାକୁ ପାଇଥିଲା ତଦନ୍ତକାରୀ ଟିମ୍। ଘଟଣାସ୍ଥଳରୁ ଉଦ୍ଧାର ସାମଗ୍ରୀ ଓ ପାରିପାର୍ଶିକ ସ୍ଥିତିକୁ ଆଧାର କରି ପୁରୁଣାବଜାର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

Leave A Reply

Your email address will not be published.