ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ଶନିବାର ଦିନ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩ରେ ସମ୍ବଲପୁର ଗସ୍ତରେ ଆସି ଭାରତୀୟ ପ୍ରବନ୍ଧ ସଂସ୍ଥାନ  ସମ୍ବଲପୁର କ୍ୟାମ୍ପସ୍‌ର ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଝାରସୁଗୁଡ଼ା ବିମାନବନ୍ଦର, ସମ୍ବଲପୁର ଅସ୍ଥାୟୀ ହେଲିପ୍ୟାଡ୍‌, କାର୍ଯ୍ୟକ୍ରମ ସ୍ଥଳରେ ସୁରକ୍ଷା କଡ଼ାକଡି଼ କରାଯିବ ।

 ଏହାପରେ ହେଲିକପ୍ଟର ଯୋଗେ ସମ୍ବଲପୁରର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ଅପରାହ୍ନ ୨ଟା ୧୫ରେ ଆଇଆଇଏମକୁ ଯିବେ l ଏଠାରେ ପହଞ୍ଚିଲା ପରେ ସେ ପ୍ରଥମେ ୪୦୦ କୋଟିର ଆଇଆଇଏମ ସମ୍ବଲପୁର କ୍ୟାମ୍ପସର ଶୁଭ ଉଦଘାଟନ କରିବେ ଏବଂ ଏଠି ଯୋଗ ଦେଇଥିବା ବିଭିନ୍ନ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସମାଜସେବୀ, ଅଧ୍ୟାପକ, ଛାତ୍ରଛାତ୍ରୀ, ଡାକ୍ତର, ଇଞ୍ଜିନିୟର ପ୍ରଭୃତି ପ୍ରାୟ ୪ ହଜାରରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ଉଦବୋଧନ ଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଟ ୨୩ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳ୍ୟାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସ୍ଥାନୀୟ ସାଂସଦ, ବିଧାୟକ ଓ ଅନ୍ୟ କିଛି ମନ୍ତ୍ରୀ ଯୋଗ ଦେବାର ଅଛି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ଆଇଆଇଏମ ସମେତ ମୋଟ ୨୩ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହିସବୁ ପ୍ରକଳ୍ପ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝରରେ ରହିଛି ଯାହାର ବ୍ୟୟ ଅଟକଳ ପ୍ରାୟ ୫୧ ହଜାର ୨୩୫ କୋଟି ଟଙ୍କା । ଏହିସବୁ ପ୍ରକଳ୍ପ ଆଭାସୀ ମାଧ୍ୟମରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ l ଏହାପରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ରେମେଡ଼ ପଡିଆକୁ ଆସି ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେବେ l ଏନେଇ ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l

Leave A Reply

Your email address will not be published.