ଆଜି ଝାଡ଼ଖଣ୍ଡରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ ରାଜ୍ୟପାଳ । ପଦ ଓ ଗୋପନୀୟତାର ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ଆଜି ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବା ବେଳେ ୧୦ ଦିନ ଭିତରେ ଚମ୍ପଇଙ୍କୁ ବହୁମତ ପ୍ରମାଣ କରିବାକୁ ପଡ଼ିବ।

ସେପଟେ ଝାଡ଼ଖଣ୍ଡରେ ରିସର୍ଟ ପଲିଟିକ୍ସ ସାମ୍ନାକୁ ଆସିଛି। ଘୋଡ଼ା ବେପାର ଆଶଙ୍କାରେ ମହାଗଠବନ୍ଧନର ବିଧାୟକମାନଙ୍କୁ ରାଞ୍ଚିରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଉଥିଲା। ରାଜ୍ୟପାଳଙ୍କୁ ଚମ୍ପଇ ସୋରେନ ଭେଟିବା ପରେ ବିଧାୟକମାନେ ରାଞ୍ଚି ବିମାନବନ୍ଦରରେ ଏକାଠି ହୋଇଥିଲେ। ମେଣ୍ଟ ତା’ର ବିଧାୟକମାନଙ୍କୁ ଝାଡଖଣ୍ଡ ବାହାରକୁ ପଠାଇବାକୁ ଯୋଜନା କରୁଥିବାବେଳେ ପାଗ ସାଜିଥିଲା ବାଧକ।

‘ଲୋ ଭିଜିବିଲିଟି’ ପାଇଁ ବିମାନଟି ରାଞ୍ଚି ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରି ପାରିନଥିଲା। ପରେ ବିଧାୟକମାନେ ସର୍କିଟ ହାଉସରେ ରହିଛନ୍ତି। ଗୁରୁବାର ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ ରାଜ୍ୟପାଳ । ଆଜି ଚମ୍ପଇ ସୋରେନ ଶପଥ ନେବାକୁ ଯାଉଥିବା ବେଳେ ୧୦ ଦିନ ଭିତରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ । ସେପଟେ ସମସ୍ତ ଜେଏମଏମ୍ ବିଧାୟକଙ୍କ ହାଇଦ୍ରାବାଦ ଗସ୍ତ ବାତିଲ । ବୁଧବାର ରାଜ୍ୟପାଳଙ୍କୁ ଭେଟି ତାଙ୍କ ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଥିବା ଜଣାଇଥିଲେ ଚମ୍ପାଇ ସୋରେନ । ହେଲେ ରାଜ୍ୟପାଳ ତାଙ୍କୁ ଅପେକ୍ଷା କରାଇଥିଲେ ।

Leave A Reply

Your email address will not be published.