ଫାଷ୍ଟଫୁଡ଼ ଦୋକାନରେ ପଶୁ ଛାଲ ଡିଲ, ଜଣେ ଶିକାରୀକୁ ମାଡିବସିଲା ଏସଟିଏଫ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):ଫାଷ୍ଟଫୁଡ଼ ଦୋକାନରେ ପଶୁ ଛାଲ ଡିଲ । କଲରାପତରିଆ ବାଘ, ହରିଣ ଓ କୁଟୁରା ଛାଲ ବିକ୍ରି ପାଇଁ ଡିଲ୍ ହେବା ବେଳେ ଏସଟିଏଫ ଜଣେ ଶିକାରୀକୁ ମାଡ଼ି ବସିଥିବାର ଖବର ମିଳିଛି। ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳରୁ ବନ୍ୟଜନ୍ତୁ ଶିକାର ହୋଇଥିବା ଓ ବିକ୍ରି ପାଇଁ ଯୋଜନା ଚାଲିଥିବା ଏସଟିଏଫକୁ ଖବର ମିଳିଥିଲା। ଫଳରେ ଗତ ପାଞ୍ଚ ଦିନ ହେଲା ଏସଟିଏଫ ଦଳ ପୁରୁଣା କଟକରେ ଡେରା ପକାଇ ଧରିବା ପାଇଁ ଜାଲ ବିଛାଇ ଥିଲେ। ହରଭଙ୍ଗା ଅଞ୍ଚଳରେ ଛାଲ ବିକ୍ରି ପାଇଁ ଡିଲ୍ ହେବା ବିଷୟରେ ସୂଚନା ମିଳିବା ପରେ ବନ ବିଭାଗ ସହାୟତାରେ ଚଢ଼ଉ କରାଯାଇଥିଲା।

ଶନିବାର ବିଳମ୍ବିତ ରାତିରେ ଶିକାରୀ ପାଖରୁ ତିନିଟି ଛାଲ ଜବତ କରି ଶିକାରୀକୁ ଗିରଫ କରାଯାଇଛି। ଜନ୍ତୁଗୁଡ଼ିକୁ ସାତକୋଶିଆ ୱାଇଲ୍ଡ୍ ଲାଇଫ୍ ଅଞ୍ଚଳରୁ ଶିକାର କରାଯାଇଥିବା ଅନୁମାନ କରାଯାଉଛି। ଏହି ଛାଲ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଡେରାଡୁନର ଫରେନସିକ ଲ୍ୟାବ କୁ ପଠାଯିବ ବୋଲି କହିଛନ୍ତି STF ଏସପି ।

Leave A Reply

Your email address will not be published.