ମଡେଲ ସୌମ୍ୟ ରଞ୍ଜନ ଆତ୍ମହତ୍ୟା ଘଟଣାକୁ ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ନ୍ୟାୟ ପାଇବା ନେଇ ପରିବାର ଆଶାବାଦୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବର୍ଷେ ନ୍ୟାୟ ପାଇଁ ନୟାନ୍ତ ହେଵା ପରେ ମଡେଲ ସୌମ୍ୟ ରଞ୍ଜନଙ୍କ ପରିବାର ଏବେ ନ୍ୟାୟ ମିଳିବ ବୋଲି ଆଶାବାଦୀ। କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସୌମ୍ୟଙ୍କ ମାଙ୍କ ରହିଛି ଭରସା।  ସୌମ୍ୟଙ୍କ ପ୍ରେମିକା ସୋନାଲି ଓ ତାଙ୍କ ମାଙ୍କୁ ଦଣ୍ଡ ମିଳିବ ବୋଲି ଆଶା ରଖିଛନ୍ତି ପରିବାର।

ଏକମାତ୍ର ପୁଅ ସୌମ୍ୟ ରଂଜନଙ୍କ ମୃତ୍ୟୁକୁ ପାଖା ପାଖି ବର୍ଷେ ବିତିଗଲାଣି. ବାରମ୍ବାର ଇନ୍ଫୋ୍ସିଟି ଥାନା ଓ ଡିସପି ଅଫିସ ଯାଇ ନ୍ୟାୟ ମାଗିଥିଲେ ମୃତ ସୌମ୍ୟଙ୍କ ମା, ଭଉଣୀ ଓ ଅନ୍ୟ ସଦସ୍ୟ. ନ୍ୟାୟ ମିଳିଲାନି। ଶେଷ ରେ ହାଇକୋର୍ଟ ଙ୍କ ରାୟ ଭାଙ୍ଗି ପଡ଼ିଥିବା ପରିବାର ରେ ଅଶାର ସଂଚାର ହୋଇଛି. ଭେଣ୍ଡିଆ ପୁଅର ମୃତ୍ୟୁ କଥା  ମନେ ପକାଇ ମା ମୋହିନିଙ୍କ କଣ୍ଠ ବାଷ୍ପ ରୁଦ୍ଧ ହୋଇଯାଉଛି। ଆଶା ରଖିଛନ୍ତି  କ୍ରାଇମ ବ୍ରାଞ୍ଚ ତଦନ୍ତ ଉପରେ. ପୁଅ । ସୌମ୍ୟ ରଞ୍ଜନର  ମୃତ୍ୟୁ ପାଇଁ ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କମା ଦାୟୀ. ସେମାନଙ୍କୁ ଦଣ୍ଡ ମିଳିଲେ ପୁଅର ଆତ୍ମାକୁ ଶାନ୍ତି ମିଳିବ ବୋଲି କହିଛନ୍ତି ମୋହିନୀ।

ଅନ୍ୟ ପଟେ କିଭଳି ଇନ୍ଫୋ୍ସିଟି ଥାନା ଅଧିକାରୀ କିଭଳି ତାଙ୍କ ମାମଲା ରଖିଲେନି ଓ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଅବମାନନା କରିଥିଲା କମିଶନରେଟ ପୋଲିସ।  ହାଇକୋର୍ଟଙ୍କ ନିର୍ଦେଶ ପରେ ମାମଲା ରୁଜୁ କରିଥିଲେ ହେଁ ତଦନ୍ତରେ ଅବହେଳା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ର ଓକିଲ ବ୍ୟୋମକେଶ ତ୍ରିପାଠୀ। ସେ ଆଶା ରଖିଛନ୍ତି ଯେ ହାଇକୋର୍ଟ ଙ୍କ ଏହି ଗୁରୁତ୍ୱପୂର୍ଣ ରାୟ ରେ ଦୋଷୀକୁ ଦଣ୍ଡ ମିଳିବ।

Leave A Reply

Your email address will not be published.