ଖିଚିଂ ମନ୍ଦିରରେ ଚନ୍ଦ୍ରଶେଖର ମହାଦେବଙ୍କ ନିକଟରେ ଜଳା ଅଭିଷେକ ପାଇଁ ତିନୋଟି ରାଜ୍ୟରୁ କାଉଡିଆଙ୍କ ଭିଡ଼

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ହୋଉଛି ଶ୍ରାବଣ ମାସର ଚତୁର୍ଥ ସୋମବାର ଆଜିଦିନରେ ପ୍ରତ୍ୟେକ ଶୈବ ପୀଠରେ ଜଳା ଅଭିଷେକ ପାଇଁ କଉଡ଼ିଆଙ୍କ ଭିଡ ଜମିଥିବା ବେଳେ  ଭକ୍ତ ମାନଙ୍କ ପାଇଁ ଚଳଚଞ୍ଚଳ ହେଇପଡିଛି ଖିଚିଂ| ତେବେ ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀ ମନ୍ଦିର ନିକଟରେ ପୂଜା ପାଉଛନ୍ତି ଚନ୍ଦ୍ରଶେଖର ମହାଦେବ । ଚନ୍ଦ୍ରଶେଖର ମହାଦେବଙ୍କୁ ଦର୍ଶନ କରିବା ପାଇଁ ଆଜି ତିନୋଟି ରାଜ୍ୟରୁ ଭକ୍ତଙ୍କ ସୁଅ ଛୁଟିଥିଲା ।

ଶୁକୃଲି ବ୍ଲକ ଅନ୍ତର୍ଗତ ଖିଚିଂ ମନ୍ଦିର ଚଳଚଞ୍ଚଳ ହୋଇପଡିଛି । ରବିବାର ରାତିରୁ ଭକ୍ତ ମାନେ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଖିଚିଂ ରେ ଅପେକ୍ଷା କରିଥିଲେ। ଆଜି ସକାଳୁ ସକାଳୁ ଓଡ଼ିଶାର ଗଙ୍ଗା କୁହା ଯାଉଥିବା ବୈତରଣୀ ନଦୀ କୂଳ ରେ ଭିଡ଼ ଲାଗିଥିଲା । ଦୋମୁହାଁଣିରେ ବୁଡ଼ ପକାଇ ଭକ୍ତ ମାନେ ପାଣି ନେଇ ଖିଚିଂ ମନ୍ଦିର ଅଭିମୁଖେ ଆସିଥିଲେ । ଖିଚିଂ ମନ୍ଦିର ଗେଟ ଖୋଲିଲା ପରେ ଭକ୍ତମାନଙ୍କ ଲମ୍ବା ଲାଇନ ଲାଗିଥିଲା । ଶାନ୍ତି ଶୃଙ୍ଖଳା ରେ କିପରି ଦର୍ଶନ କରି ହେବ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର ଥିବାରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା ।

ଖିଚିଂ ମନ୍ଦିରରେ ମା କିଚକେଶ୍ୱରୀ ମନ୍ଦିର ସହିତ ମନ୍ଦିର ପରିସର ରେ ତିନୋଟି ଶିଵ ଲିଙ୍ଗ ପୂଜା ପାଉଛନ୍ତି । କିମ୍ବଦନ୍ତୀ ମତ ଅନୁଯାୟୀ ମହାଭାରତ ସମୟରୁ ଏଠାରେ ଶକ୍ତି ଏବଂ ଶୈବ ପୀଠ ଭାବରେ ବେଶ ପରିଚିତ । ଶ୍ରାବଣ ମାସରେ ପ୍ରଥମେ ମହାଦେବ ପାଖରେ ପୂଜାର୍ଚ୍ଚନା କରିବା ପରେ ମା କିଚକେଶ୍ୱରୀ ଠାକୁରାଣୀ କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ସେହିପରି ଖିଚିଂ ମନ୍ଦିର ନିକଟ ରୁ କିଛି ଦୂରରେ ଥିବା କୁଟେଇ ତୁଣ୍ଡି ମନ୍ଦିର ରେ ମଧ୍ୟ ଭିଡ଼ ଲାଗିଥିଲା କାଉଡି ଭକ୍ତଙ୍କ l

Leave A Reply

Your email address will not be published.